Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Fantasy Others

4  

Bharatabandhu Biswal

Fantasy Others

ଜଳୁଛି ସହର

ଜଳୁଛି ସହର

1 min
346



ଜଳୁଛି ସହର ଗହଳ ନିଶ୍ୱାସେ

      ବେଗବାନ ଘୋଡା କାମନା ଇଚ୍ଛା

ଅନ୍ତରେ ଶୂନ୍ୟତା ଜଞ୍ଜାଳ ଉତ୍ତାପ

        ଖରତର ବହେ ବତାଶ ଝଞ୍ଜା ।

ତଳ ବହୁତଳ ଦିଶେ ଝଲମଲ

         ବିରାଟ ମହଲ ରୋଷଣୀମାଳା

ଛୁଟୁଥାଏ ସୁଅ ଯାନ ଓ ବାହନ

         କୁଢ଼ ଆବର୍ଜନା ଦୁର୍ଗନ୍ଧ ଜ୍ୱାଳା ।

ଜଳ ସ୍ଥଳ ବାୟୁ ଶବ୍ଦ ପ୍ରଦୂଷଣ

           ପୂତିଗନ୍ଧମୟ ନାଳ ନର୍ଦ୍ଦମା

ଦିଶେ ଚାକଚକ୍ୟ ବାହାରକୁ ସିନା

           ଟପି ଯାଉଅଛି ସହିବା ସୀମା ।

ଜଳେ ଦିକିଦିକି କଙ୍କ୍ରୀଟ ଜଙ୍ଗଲ

          ସବୁଜ କୋଠରୀ ଉତ୍ତପ୍ତ ଶ୍ବାସ

ମିଛ ମରୀଚିକା ସୁଖ ଓ ସ୍ୱାଚ୍ଛନ୍ଦ

           ଯନ୍ତ୍ର କ୍ରିତଦାସ ଆଜି ମଣିଷ ।

ଅତି ଆଧୁନିକ ଲଗାମ ବିହୀନ

           ସହରୀକରଣ ଜୀବନଶୈଳୀ

ହରାଇ ବିଶ୍ବାସ ନର ଅଳ୍ପାୟୂଷ

          ରୋଗ ଦୁଃଖ କଷ୍ଟେ ହୁଅଇ ଘାରି ।

       


Rate this content
Log in

Similar oriya poem from Fantasy