ଅମୃତ ମହୋତ୍ସବ
ଅମୃତ ମହୋତ୍ସବ
ସ୍ବାଧିନତାକୁ ଯେ ପଞ୍ଚସ୍ତୁରୀ ବର୍ଷ
ପୁରଣ ହୋଇବ ଆଜି
ଭାରତ ବଢୁଛି ବିକାଶ କ୍ଷେତ୍ରରେ
ଜିତୁଛି ସବୁ ଯେ ବାଜି ।
ଅମୃତ ମହୋତ୍ସବ ପାଳୁଛି ଭାରତ
ପଲ୍ଲୀ ଠାରୁ ଦିଲ୍ଲୀ ଯାଏ
ଘରେ ଘରେ ଆଜି ଉଡୁଛି ତ୍ରିରଙ୍ଗା
ବୀରତ୍ବର କଥା କହେ ।
ନୂତନ ଭାରତ ର୍ନିମାଣ କ୍ଷେତ୍ରରେ
ଆଜି ଏଇ ସାଜସଜ୍ଜା
ଦେଖି ଥରି ଉଠେ ଶତ୍ରୁର ଯେ ଛାତି
ଶୁଣି ବୀରତ୍ବର ବାଜା ।
ଦେଖୁଛି ଯେ ବିଶ୍ବ ଦେଖୁଛି ଜଗତ
ଭାରତର ଆଜି ଶକ୍ତି
ଆକାଶକୁ ଚିରି ଚନ୍ଦ୍ର ମଣ୍ତଳରେ
ସାରିଲାଣି ପାଦ ଥାପି ।
ତିନିଶ ସତୁରି ଧାରାଟା ଯେ ଆଜି
ଗଲା ସମ୍ବିଧାନୁ ହଟି
ସ୍ବାଧିନତାର ଯେ ସ୍ବାଦ ଚାଖିଛନ୍ତି
ସାରା କାଶିମିରୀ ବାସୀ ।
ଏକତା ରଜୁରେ ଦେଖି ଭାରତକୁ
ଶତ୍ରୁ ଯେ ଭୟରେ ଥରେ
ଦିଲ୍ଲୀ ଠାରୁ ପଲ୍ଲୀ ଉଡୁଛି ତ୍ରିରଙ୍ଗା
ଆଜି ପ୍ରତି ଘରେ ଘରେ ।
