Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay kumar Panda

Romance Abstract

5.0  

Sanjay kumar Panda

Romance Abstract

ତୁମେ ଫେରିବକି ପୁଣି

ତୁମେ ଫେରିବକି ପୁଣି

1 min
498



ତୁମେ ମେଘକୁ ଘୋଡ଼ା କରି

ପାରିଜାତ ତୋଳିବାକୁ ଯିବତ ଯାଅ ।

ତୁମେ ତାରା ରାଇଜକୁ

ସ୍ୱପ୍ନ କିଣିବାକୁ ଯିବତ ଯାଅ ।

ତୁମେ ଜହ୍ନର ଆରପାରି ଗାଆଁକୁ

ଗଭା ସଜେଇବାକୁ ଯିବତ ଯାଅ ।

ଏସବୁ ତ ମୋ ପରିଧିର ବାହାରେ!


ତୁମେ ରାତିର ଖାତା ଓଲଟେଇ,

ଅବୁଝା ଶବ୍ଦଗୁଡିକୁ ପୁଣିଥରେ

ଖୋଜିବାକୁ ଚେଷ୍ଟା କରିବ ତ 

ମୁଁ ଅଛି,

ଅନ୍ଧାରର ପେଟଚିରି

ତୁମକୁ ରାସ୍ତା ଦେଖେଇବାକୁ ।


ତୁମେ ମୁଣ୍ଡରେ କଇଁଫୁଲ ଖୋସି,

ପୁଣିଥରେ ପୋଖରୀ କୂଳରେ ବସି,

ପାଣିକୁ ଅସ୍ଥିର କରିବ ତ

ମୁଁ ଅଛି,

ଆଞ୍ଜୁଳାଏ କୁନି ପଥର

ତୁମ ହାତରେ ଧରେଇ ଦେବାକୁ ।


ତୁମେ ଉପାସରୁ ପେଟେ ପିଇ,

ନିଦ ସହ ସନ୍ଧିକରି, ମୋ ଛାତିରେ

ମନଭରି ଶୋଇବ ତ 

ମୁଁ ଅଛି,

ତୁମ ଘନ କେଶରାଶିରେ

ଆସ୍ତେ କରି ହାତ ସାଉଁଳେଇ ଦେବାକୁ ।


ମୁଁ ଅଛି,

ତୁମ ଦୁଷ୍ଟାମି ସବୁକୁ

ଡାଏରିରେ, କବିତାର ଆଞ୍ଚଦେଇ

ଭାଡ଼ି ତଳେ ବୁଢ଼ୀଆଣିକୁ 

ସଅଁପି ଦେବାକୁ ।


ମୁଁ ଅଛି ,

ତୁମ ବିଶ୍ୱାସ ସବୁକୁ

ସାଉଣ୍ଟିନେଇ, ଛିଣ୍ଡା ଗାମୁଛାଟିରେ

ପୁଟୁଳାକରି ଶେଷ ବିନ୍ଦୁ ଯାଏ

ବୋହିନେବାକୁ ।।



Rate this content
Log in

Similar oriya poem from Romance