Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sanjay kumar Panda

Romance

5.0  

Sanjay kumar Panda

Romance

ଭିଜେଇ ଦେଇଯା ମୋତେ

ଭିଜେଇ ଦେଇଯା ମୋତେ

1 min
194



ପ୍ରିୟା ....

ତୁମ ଆଖିର ଚାହାଣୀରେ

ବୋହି ଆସୁଥିବା ଦଲକାଏ ଦକ୍ଷୀଣା ପବନ,

ସ୍ଥିର ହୋଇଯାଏ ମୋ ଆଖି ସହ ଧକ୍କା ହେଲାପରେ ।


ଗୁମ୍ ସୁମ୍ ମନଭିତରେ

ସୃଷ୍ଟି ହୁଏ ଅଦିନିଆ ବତାସିର ସମ୍ଭାର ।

ହୃଦୟ ଖୋଜେନି ଆବାହନ,

ସିଏତ ଦରଦୀ ମେଘ ଖଣ୍ଡେ

ସ୍ପର୍ଶ ମାତ୍ରେ ବରଷି ଯାଏ ସରମରେ ।


ନବବଧୂର ଓଡ଼ଣୀ ଭଳି

ଯେତେ ସଂଜତ ହୋଇରହିଲେ ବି

ବାରମ୍ବାର ଖସିବା ଥୟ,

ଭିଜିବା ଥୟ ।


ଭିଜିବାକୁ ବି ଭଲଲାଗେ

ତୁମ ଓଢ଼ଣୀ ଛିଟ ଛତା ତଳେ ।

ବ୍ୟାକୁଳତ ବାଇଆ ମନଟା

ମୁଠାଏ ଉଷୁମ ଆଶ୍ଳେଷ ପାଇଁ ।


ପ୍ରିୟା !

ମୟୁର ଭଳି ପୁଚ୍ଛ ଖୋଲି

ନାଚିବାକୁ ଚାହେଁ ତୁମପାଇଁ,

ପ୍ରେମର ରଙ୍ଗରେ ଅବା 

ଟିପ୍ ଟିପ୍ ବର୍ଷାର ବିନ୍ଦୁରେ ।


ଭିଜେଇ ଦେଇଯା ମୋତେ,

ଭିଜେଇ ଦେଇଯା ।।




Rate this content
Log in

Similar oriya poem from Romance