STORYMIRROR

Sanjay kumar Panda

Others

2  

Sanjay kumar Panda

Others

ଗାନ୍ଧୀଙ୍କ ତିନି ମାଙ୍କଡ଼

ଗାନ୍ଧୀଙ୍କ ତିନି ମାଙ୍କଡ଼

1 min
170


                   


ଧନ୍ୟ ସେ ମହାତ୍ମା       ଜଗତ କଲ୍ୟାଣେ 

      ଉତ୍ସର୍ଗିତ କଲେ ନିଜ ଜୀବନ 

ସଭ୍ୟ ସମାଜଟେ        ଗଢିବାକୁ ଦେଲେ 

      ତିନି ମାଙ୍କଡର ଉଦାହରଣ 

ମନ୍ଦ ଦେଖ ନାହିଁ        ମନ୍ଦ ଶୁଣ ନାହିଁ

      ମନ୍ଦ କୁହ ନାହିଁ କେବେବି କେହି 

ଆଜିବି ମୋ ଦେଶ       ପ୍ରଗତି କରୁଛି  

      ଏହି ତ୍ରି ଆଦର୍ଶ ସାଥିରେ ନେଇ 

ଚାମଚ ଚୋରଟା        ଦଣ୍ଡ ପାଇବାକୁ 

       ଚାଳିଶି ବରଷ ସମୟ ନିଏ

ଜଘନ୍ୟ ହତ୍ୟାର        ଦୋଷୀ ଜେଲ୍ରୁ 

       ଜୋଇଁପୁଅ ପରି ଜାମିନି ପାଏ 

ସାକ୍ଷୀ ନମିଳିଲେ       ଠକ ସାଧୁ ହୁଏ

       ସବୁ ଦେଖି ଚାହିଁ ଅନ୍ଧ ଅବସ୍ଥା 

ଆଖି ହାତଦିଆ        ମାଙ୍କଡଟା ପରା 

       ଆମ ଅଦାଲତ ନ୍ୟାୟ ବ୍ୟବସ୍ଥା 

ମାଫିଆ କହୁଛି        ଇଲାକା ମୋହର 

       ପୋଲିସ ସାଜିଛି ନିରବ ଗୁଙ୍ଗ 

ଲମ୍ପଟ ବାଂଟୁଛି        ସାଧୁ ରୂପେ ଧର୍ମ 

       ଶାନ୍ତିଦୂତ ଆଜି କଲାଣି ଦଙ୍ଗା 

ଲୁଣ୍ଠନ ଦୁଷ୍କର୍ମ          ହତ୍ୟା ରାହାଜାନୀ

       ଯେତେବା ବିପ୍ଳବ ହେଉବା ହାଲ୍ଲା 

ଦ୍ୱିତୀୟ ମାଙ୍କଡ         ଆମ ସରକାର 

       କାନ ବନ୍ଦ କରି ହୋଇଛି କାଲା 

ଶ୍ରମର ମହତ୍ତ୍ୱ         ଛେଳି ଶିଖାଉଛି  

       ଦେଖ ଶୃଙ୍ଖଳା ଶିଖାଏ ଶୃଗାଳ 

ମୂଷା ଦାୟିତ୍ୱରେ        ଦସ୍ତାବିଜ ଅଛି 

       କିବା ଦେଶର ହୋଇବ ମଙ୍ଗଳ 

ନିଜ ସ୍ୱାର୍ଥ ପାଇଁ         ଏତେ ଗଡବଡ 

       ଦେଖି ଶୁଣି ସବୁ ଚୁପ ରହୁଛୁ 

ଆମେରେ ଜନତା        ତୃତୀୟ ମାଙ୍କଡ 

       ମୁହଁ ବନ୍ଦ କରି ମୂକ ହୋଇଛୁ ।



Rate this content
Log in