STORYMIRROR

Dr Baman Chandra Dixit

Romance

3  

Dr Baman Chandra Dixit

Romance

ମୁଠେ ମେଘ

ମୁଠେ ମେଘ

1 min
437


ମେଘ! ଭିଜେଇବା ପାଇଁ ଭାବିଛ କି?

ବାରି ଧାରା ଧରି ଚାହିଁ ରହିଛ କି?

ପ୍ରିୟବର  ପ୍ରୀତି ପୂତ ରସ ଧାରେ

ଭିଜା ଅଙ୍ଗ ଅଙ୍ଗ ମୋର ଦେଖିଛ କି?

ମେଘ! ଭିଜେଇବା ପାଇଁ ଭାବିଛ କି?


ହୃଦ କୋଣେ କୋଣେ ଲୋମେ ଅନୁଲୋମେ

ସଜା ଭିଜା ଆବେଗ ସପନ ବୁଣେ

ଶିକ୍ତ ଆଶକ୍ତ ତରଙ୍ଗ ଛଈ ଛଟା

ଶତ ଶ୍ରାବଣ  ପ୍ଲାବନ ଛୁଇଁଛ କି?

ମେଘ! ଭିଜେଇବା ପାଇଁ ଭାବିଛ କି?


ଅନ୍ତ ସ୍ରୋତା ସ୍ରୋତଶ୍ୱିନୀ ଅଗୋଚରେ

ଝରେ ମନ ତଳେ ହୃଦ ଧାରେ ଧାରେ

ଗ୍ରୀଷ୍ମ ଦହନ ଭିଜା ଶ୍ରାବଣୀ କାୟା 

ଆଦେଖା ଓଦା ମରମ ଧୋଇଛ କି?

ମେଘ! ଭିଜେଇବା ପାଇଁ ଭାବିଛ କି?


ଗୋଟେ ସାଇତା ସପନ ମୁଠେ ମେଘ

ଘେନି ଆସିଲା ଯେ ଦିନୁ ପ୍ରୀତି ରାଗ

ଭିଜା ଯୌବନ ଜୁଆରେ ହଜା ମନ

ଭିଜି ଚାଲିଛି ସେଦିନୁ ଜାଣିଛ କି?

ମେଘ! ଭିଜେଇବା ପାଇଁ ଭାବିଛ କି?


ଦେଖ ଅଙ୍ଗ ମୋ ଉଛୁଳା ଉପନଦୀ

ଯକ୍ଷ ରକ୍ଷିତ ଅମାପ ରତ୍ନ ନିଧି

ତୁମ ବରଷା ଲଗାଏ ମନେ ନିଆଁ

କାହିଁ ପୀରତି ପିପାଷା ମାରିଛ କି?

ମେଘ! ଭିଜେଇବା ପାଇଁ ଭାବିଛ କି?

***********


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance