STORYMIRROR

Bikash Swain

Romance

3  

Bikash Swain

Romance

ବେରଙ୍ଗର ବର୍ଷା

ବେରଙ୍ଗର ବର୍ଷା

1 min
185

ରୁଷି ବସିଛି ପ୍ରିୟା

ବର୍ଷେ ଛୁଇଁଲାଣି ତା ଇର୍ଷା

କେଉଁକାଳୁ, 

ଲିଭି ଗଲାଣି ପ୍ରେମ ଦୀୟା

ତଥାପି, କଚାଡ଼ି ବରଷି 

ଭିଜାଉଛି ବିରହର ବର୍ଷା


ଏମିତିରେ ବିତିଗଲାଣି ଵର୍ଷେ, 

ହଠାତ୍ ବାହାରିଗଲା ସେଇ ରାଜ୍

କହିଥିଲା ନେଇ ପ୍ରେମ ବୁନ୍ଦାଏ ଆସିବ ବର୍ଷା,

ଦେଖାଇ ଇର୍ଷା ସାଜିଥିଲା ସେ ଧୋକେବାଜ୍


ଓଃ...

ଏଇ ଧୋକା,

ଆଉ ସେହି ଧୋକେବାଜ୍ ।

ମନର ସାଦା ପୃଷ୍ଠାରେ

ଆଶାର ସ୍ୟାହି ରେ

ବିଶ୍ବାସର କଲମଟେ ଧରି

ଗାରେଇ ଚାଲ ମନଭରି

ପୃଷ୍ଠା ପୁରଣ ନହେବା ଯାଏ ।

ମୁଁ ଅପେକ୍ଷା କରିଥାଏ

ପୁଣି ଥରେ ଆଉଗୋଟେ ଧୋକେବାଜ୍


ଓଃ, ସେ ବର୍ଷା, 

ଆଉ ସେ ପୃଷ୍ଠା

ହଁ, 

ଭୁଲିହେବନି କେବେ ଅତୀତର ସେ ପୃଷ୍ଠା

ଏମିତି ଯେ,

ଅଳି କଲା କରି ଇର୍ଷା 

ହୃଦେ ଧୋକା ଖାଇଥିଲି

କରି ଅନେକ୍ ଚେଷ୍ଟା

ତଥାପି, 

ଆସିନଥିଲା ଟିକେବି ସାହାଯ୍ୟ ନେଇ ବର୍ଷା


ବର୍ଷା...

ସାହାଯ୍ୟ ନୁହେଁ

ସହାନୁଭୂତି ଦଉ

ପ୍ରତାରଣା ନୁହେଁ

ପ୍ରେମରେ ଭିଜଉ

ଇର୍ଷାରେ ନୁହେଁ

ଆଶା ରେ ତିନ୍ତଉ ।


ଚାହେଁ ମୁଁ 

ତିନ୍ତି ତିନ୍ତି ଭିଜି ଯାଉ

ପ୍ରେମରେ ଟିକେ ବୁଡ଼ି ଯାଉ

ଦେହେ ଟିକେ ଲାଗିଯାଉ

ମନେ ମୋର ଉତୁରିଯାଉ

ଏ ବର୍ଷାରେ ଏମିତି କିଛି ହେଉ...


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance