Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bikash Swain

Others Inspirational

3  

Bikash Swain

Others Inspirational

ମାନଭଞ୍ଜନ

ମାନଭଞ୍ଜନ

1 min
205


ଆସିଛି ଆଜି ମୁଁ ତୁମ ନୀଳାଚଳ ଗଳି

ସଙ୍ଗେ ଆଣିଛି ମିଠା, ରସଗୋଲା କିଣି 

ଶୁଣ ତ ମୋର ଏଇ ଟିକିଏ ଅଳି । 

କଥା ବି ଦେଉଛି,

ଦେଖ କାନ ବି ଧରୁଛି

ହେବିନି ମୁଁ ଆଉ ଆଗଭଳି । 

ଖାଉଛି ମୁଁ ରାଣ, ମାନିବି ମୁଁ କଥା 

ଆଉ କରିବିନି ଟିକେ ବି କଳି ।

କାହିଁ କେବେଠୁ

ହଁ କାହିଁ କେବେଠୁ

ଦେଇଛି ପକାଇ ଇର୍ଷା, ଲୋଭ

ଆଉ ମୋ ରାଗକୁ ବି ବଳି। 

କରିଛି ପୋଡ଼ି ଭସ୍ମ

ସଂସାରେ ଥିବା ଯେତେ ମୋହ

ଆଉ ମାୟାକୁ ଜାଳି ।

ଟିକେ ଦେଖ ଆଜି

କେମିତି ମନରୁ 

ଦେଇଛି ମୁଁ ଧୋଇ 

ଅତୀତର ସେଇ କାଳି ।

ଆଉ ଛଡେଇଛି ପୋଛି

ଥିଲା ଯେତେ ପାପର ମଳି ।

ଆସିଛି ମୁଁ ଆଜି 

ମୁଖେ ଟିକା ଚନ୍ଦନ ବୋଳି । 

ହୃଦୟରୁ କାଢି, ଗୋଟି ଗୋଟି କରି ଗୁନ୍ଥି 

ଆଣିଛି ମୋ ଦୁଇ ହାତେ ବାନ୍ଧି 

ପ୍ରେମ ହାର ସହ ବନ୍ଧନର ମାଳି ।

କଥା ବି ଦେଉଛି,

ଦେଖ କାନ ବି ଧରୁଛି

ହେବିନି ମୁଁ ଆଉ ଆଗଭଳି । 

ଖାଉଛି ମୁଁ ରାଣ, ମାନିବି ମୁଁ କଥା 

ଆଉ କରିବିନି ଟିକେ ବି କଳି ।

ନୁହେଁ ସେତିକି, ଆଉ ବି ଅଛି 

ଦୂର ଜଙ୍ଗଲ ପାହାଡ଼ରୁ ଚଢି,

ତୁମେ ଆସିବ ବୋଲି ଜାଣି ।

ଦେଖ ଗୋସାଇଁ 

ଆଣି ସଜେଇଛି ଏଇଠି ପାରି

ପଦ୍ମ, ପାରିଜାତ, ଟଗର ଭଳି 

ଯେତେ ଥିଲା ଫୁଲ ସବୁକୁ ତୋଳି ।

ଧରି ଆଣିଛି ହାତକୁ ଖୋଲି

ଦେହ, ମନ ଆଉ ମାନସରେ ଭରି ।

କେବଳ ତୁମ ପାଇଁ ଭକ୍ତିଭାବ ଭରା 

ଏଇ ମୋର ଟିକିଟିଏ ଥାଳି ।

ତୁମ ଇଛା

କହୁଛ ଯଦି କୁହ, ଦେଉଛ ଯଦି ଦିଅ

ମନଇଛା କରି ଆକଟ ଆଉ ଗାଳି ।

ହେଲେ ଶୁଣିଯାଅ ଟିକେ

ବୁଲି ଚାହଁ ମୋତେ 

ତଥାପି ମୁଁ କରୁଛି କେବଳ

ଏଇ ଗୋଟିଏ ଅଳି ।

ଚାଲିଆସନା ଥରେ ଡେଇଁ

ନୀଳାଚଳ, ଶ୍ରୀକ୍ଷେତ୍ର ଆଉ 

ବଡ଼ଦାଣ୍ଡର ସେଇ ଧୂଳି । 

ମାଡିଆସନା ଥରେ ନନ୍ଦିଘୋଷ ଧରି

ମୋ ଘର, ଆମ ଦୁଆର ଆଉ ଗାଁ ଗଳି ।


Rate this content
Log in