STORYMIRROR

Bikash Swain

Tragedy

4  

Bikash Swain

Tragedy

ଚିତ୍କାର

ଚିତ୍କାର

1 min
520


ଆଜି ପୁଣି କୋଉ ଗଳିରେ

ଶୁଭୁଛି ତା'ର କରୁଣ ଚିତ୍କାର...

ଦେହରେ ଢାଳିଛି ତା'ର

କିଏ ଧାସ ନିଆଁର...

ସତ୍ତା ହରା ଅସ୍ତିତ୍ବକୁ

ଗ୍ରାସିଛି କାଳର ଜହର...।।


ହଁ 

ମୁଁ... ଦେଖିଛି!

ଏଇ ....

ସମାଜର ଅନ୍ଧାରରେ

ଲୁଚି ବସିଛି ସେ ରାକ୍ଷସ...।


ପଚାରୁଛ

ପରିଚୟ ତା'ର...? 

ଯିଏ... 

ଆଙ୍କିଥିଲା ପଦ୍ମ ପାଖୁଡ଼ା

ପରି ତା'ର ଆଖିରେ ଅକ୍ଷର

ମେଞ୍ଚାଏ ସୁନେଲି ସ୍ୱପ୍ନର, 

ଥିଲା ତା'ର ଆଶା ଦିନେ 

ଗଢ଼ିବ ସୁନାର ସଂସାର.... ।


ସେ କହେ...

ଧାରା ବିହୀନ ରାସ୍ତା ଏବେ

ଏଇ ପୋଡ଼ା ଅଙ୍ଗାର ଜୀବନର... 

ବାନ୍ଧିବନି କିଏ ବନ୍ଧନ

ହୁଏତ ଆଉ ତାକୁ ପ୍ରେମର...! 

ଆଙ୍କି ପାରିବନି ବୋଧହୁଏ

ଆଉ ତା'ର ସ୍ୱପ୍ନର ଅକ୍ଷର.... ।।


ସିଏ ବି.... 

ଜହର ପରି କରିନେଇଛି 

ଏହାକୁ ସ୍ୱୀକାର....!! 


ହଁ.. ଆଜି! 


ଆଜି ପୁଣି କୋଉ ଗଳିରେ

ଶୁଭୁଛି କାହାର ଚିତ୍କାର...

ଦେହରେ ଢାଳିଛି ତା'ର

କିଏ ଧାସ ନିଆଁର.... 

ସତ୍ତା ହରା ଅସ୍ତିତ୍ବକୁ

ଗ୍ରାସିଛି କାଳର ଜହର...।।



କ'ଣ ଶୁଭୁନାହିଁ...

ଶୁଭୁନାହିଁ...

ରାତିର ନିସ୍ତବ୍ଧତାକୁ ଚିରିଦେଉଥିବା

ଏଇ... ତା'ର ବିକଳ ଚିତ୍କାର....

 

ଦେଖାଯାଉନି କେମିତି

ସେ ଆଖି ବୁଜି କରୁଛି ଗୁହାର.... 

ଆଖିଆଗରେ କେମିତି ହୁତୁହୁତୁ

ହୋଇ ଜଳୁଛି ତା'ର ଶରୀର.... 

ଆଉ ବୋହିଯାଉଛି ନିଆଁରେ ସିଝି 

ତା'ର ଲୁହ ଧାର ଧାର...।।


ଆଜି ପୁଣି...

କାହିଁ ଦେଖି ତାକୁ ଏତେ ତିରସ୍କାର.....।।


ନା ନା...

ସେ ତ ଏବେବି ପରିଷ୍କାର...


ତାହାଲେ କ'ଣ,

ଏଇ ଯୁବସମାଜ ଆହୁତି 

ଦେଇ ସାରିଛି ସବୁ ଶିଷ୍ଟାଚାର

ରଙ୍ଗିନ୍ ଆଲୋକରେ ଭିଜି 

ରାତିଦିନ ପିଉଛି ମଦର ଜହର

ଇର୍ଷା, ଅହଂକାରରେ

ହୋଇସାରିଛି ପୋଡ଼ି ଅଙ୍ଗାର

ଆଉ... 

ଦେହର ଭୋକରେ ଭିଜି ଅପରିଷ୍କାର.... ।।



ହଁ.. 

ମୁଁ... ଦେଖିଛି! 

ଏଇ.... ସମାଜର...

ହଁ ଏଇ.... 

ସମାଜର ଅନ୍ଧାରରେ

ଲୁଚି ବସିଛି ସେ ରାକ୍ଷସ...।

ଚେର ମେଲାଉଛି ଦେଖି

ମାତିଥିବା ଚିର ଭ୍ରଷ୍ଟାଚାର... ।


ରୁହ... ଶୁଣିପାରୁଛ!


ଆଜି ପୁଣି କୋଉ ଗଳିରେ

ଶୁଭୁଛି କାହାର...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy