STORYMIRROR

Bikash Swain

Others

3  

Bikash Swain

Others

ତ୍ରିରଙ୍ଗା

ତ୍ରିରଙ୍ଗା

2 mins
269


ହଁ... ଜାଣିଛି

ବାହାରେ ଅଙ୍ଗାର ଭଳି

ଆଜିବି ସେଇ ଅନ୍ଧାର ରାତି….            

ଆଉ ସେ ଗର୍ଜନ, ମାଟି ସହ... 

ଥରାଇ ଦେଉଛି ଛାତି..

ଦେଖିବା...! 

ଦେଖିବା...! କିଏ କଣ କରିବ

ତୁ ଟିକିଏ ବି ଡର୍ ନି 

ମୁଁ ପା ଏଇଠି ଅଛି…।।


ଚାରିପଟୁ ନିଘା ରଖିଛି, 

ରକ୍ଷା କବଚ ବନେଇ

ଏଇଠି ପଇଁତରା ଦେଉଛି.. 

କିଛି ଚିନ୍ତା କର୍ ନି… 

ବେସ୍…ଆରାମରେ ଶୋଇଯା,

ମୁଁ କେବଳ ତୋତେ ହିଁ ଜଗିଛି…।। 


ହଁ... ଆସୁ ପଛେ ବର୍ଷା

ହଉ ପଛେ ତୁମ୍ବିତୋଫାନ 

ଆଉ ସାମୁଦ୍ରିକ ଝଡ… 

ଆତ୍ମା, ମନ ଆଉ ପ୍ରାଣ ସହ

ଚଟାଣ ସଦୃଶ ମାନି ଜୁଆର ଆଁରେ ବସିଛି…।। 


ଜାଣିଛୁ 

ତୋ ପାଇଁ… 

ଆଜି ମୁଁ ଇନ୍ଦ୍ରର ବଜ୍ର ଧରି ସଜ୍ଜିଛି… 

ବାହୁରେ ଶତ ସିଂହର ବଳ ଭରିଛି

ନିଜକୁ ଶାଗୁଣା, ଚିଲ ପରି ଗଢିଛି…

ବିଶ୍ଵାସ ରଖ.. 

ଏଇ ଆଖି ଖୋଲା କରି ଚାହିଁଛି….।। 


ହଁ… 

ସେ ରାକ୍ଷସ ଆସିବ

ସାଙ୍ଗରେ ପ୍ରଳୟକୁ ବି ଆଣିବ

ଏହା ମୁଁ ଆଗରୁ ଜାଣିଛି… 

ହେଲେ.. 

ତୁ ବ୍ୟସ୍ତ ହଅନି ମା'… 

ଆଜି ହେବ ତାର ସର୍ବନାଶ 

ପୁଣି ସେ ମରିବ 

ତା ପାଇଁ ସବୁ ପ୍ରସ୍ତୁତି ସାରିଛି...।। 


ପ୍ରଳୟ ଉପରେ ତାଣ୍ଡବ ରଚିଛି… 

ଦେଖ କେମିତି ତାର ବିନାଶ କରିଛି.. 

ଧ୍ଵଂସରେ ତାର ସର୍ବସ୍ଵ ଜଳୁଛି 

ହଁ… ହିସାବ ରଖିନି କି କେବେ ଗଣିନି

ଏମିତି କେତେ ଯେ ମାରିଛି…

ସେଇ ଖୁସିରେ ମୁଁ

ପୁଣି ରକ୍ତର ହୋଲିରେ ଭିଜିଛି …।। 


ଆଉ... 

ଆଜି ମୁଁ ପୁଣି ଫେରୁଛି… 

କେତେ ସେ ଆଖି ଝୁରିଛି... 

କେତେ ଯେ ମନ ଖୋଜିଛି... 

ଦେଖ… 

ଏତେ ଦିନ ପରେ

କେବଳ ତୋ କୋଳକୁ ଆସୁଛି....।।


ଓଃ! ..ତୋ'ର ଇଏ କି ଅଭିମାନ... ?  

ଏଥର ଆଉ ଯିବିନି.. 

ଏଇଠି ହିଁ ରହିଯିବି.. 

ମଥାଛୁଇଁ କଥା ଦଉଛି.... ।। 


ଏ ମା’… ଦେଖ୍…  

ଦେଖୁନୁ… ମତେ 

କହିବୁନି ମୁଁ କେମିତି ଅଛି

ଦେଖିବୁନି ରକ୍ତର ହୋଲି ଖେଳି 

ମୁଁ କେମିତି ଦିଶୁଛି… 

ପଚାରିବୁନି 

ମୁଁ ଏ ଦେହରେ ଆଜି 

ତୋ ପାଇଁ କଣ ଖାଇଛି…..।। 


ଏଇ ମା

ଦେଖ ତ.. 

ତୁ ଯେମିତି କହିଥିଲୁ

ମୁଁ ସେମିତି ଆଣିଛି..

ଅର୍ଖ ନୂଆ… ଯେମିତି ତୁ ପିନ୍ଧୁ...... ।।


ଆଶ୍ଚର୍ଯ୍ୟ!

ଆଣିଛି ତୋ ପାଇଁ.. 

ହେଲେ ଏ ଗାଁ ଛାତି ଫୂଲୁଛି… 

ଯୁଆଡେ ଦେଖୁଛି ସିଆଡେ ଉଡୁଛି…

ଦିଲ୍ଲୀରୁ ପଲ୍ଲୀ ପଡୁଛି ଉଠୁଛି.. 

ତୁ ବି ଦେଖୁଥା ମା

ଆଜି….

ମୋ ଉପରେ ବି

ତୋ ପଣତ ପଡିଛି …....।।


Rate this content
Log in