STORYMIRROR

Bikash Swain

Classics

3  

Bikash Swain

Classics

ରାବଣ

ରାବଣ

1 min
178

ଭୟକୁ କରି ଜୟ 

ସାଜିଥିଲା ଜଗତେ ବୀର

ଲଢ଼ି ବିକଳେ ଲୁଚିଥିଲେ

ଯମ, ଇନ୍ଦ୍ର ସଙ୍ଗେ କୁବେର


ବିମୋହିତ ଥିଲେ ଭୋଳାଶଙ୍କର 

ଶୁଣି ତା ରଚିତ ସ୍ତୋତ୍ର ଭକ୍ତିର

ଥିଲା ଲଙ୍କାରେ ତା'ର

ପ୍ରାସାଦ ବିରାଟ ସୁନାର

ତା ସଙ୍ଗେ ଜୋର୍ ଥିଲା

ପ୍ରଗାଢ଼ ଜ୍ଞାନର ଅହଙ୍କାର

ଏମିତି ସେ ଅସୁର ଭୟଙ୍କର

ନାଁ ହେଲା ଲଙ୍କେଶ୍ ରାବଣ


ସୀତା ଅପହରଣ କରି

କଲା ଥରେ ଅଧର୍ମର କାମ

ଅନ୍ଧକାରର ଧୀର-ଅଧିର

ରାଜା ମାୟାବୀ ରାବଣ

ପ୍ରଚଣ୍ଡ ହୋଇଥିଲା ଯୁଦ୍ଧ

ବୋହିଥିଲା ମିଶି ରକ୍ତ 

ମାନବ, ବାନର, ଅସୁରର

ସମୂଳ ବଂଶ ସହ ତାର

ବିନାଶ କରିଥିଲେ ଶ୍ରୀରାମ


ସେତ ଥିଲା କଥା ତ୍ରେତୟାର

ହେଲେ ଏବେ ଯୁଗ କଳିର

ଚାରିଆଡ଼େ ପରିସ୍ଥିତି ଉତ୍କଟ

ମାଡିଆସିଛି ଭୟଙ୍କର ସଙ୍କଟ


ପାପର ଶିଖର ପଥେ ପାଦ,

ଅନ୍ୟର କ୍ଷତିରେ ତୃପ୍ତ ଆଖି

ଇର୍ଷାର ତାତିରେ ଫୁଲେ ଛାତି,

ଇତଃସ୍ତତଃ କର୍ମେ ଲିପ୍ତ ହାତ

ଧନ ଲାଳସାରେ ହୀନ ମନ,

ମିଛମାୟା ମାର୍ଗରେ ମାନସ


ଏକ ଅନେକ ପୁଣି

ଭିନ୍ନ ଭିନ୍ନ ମୁଖର ବରଣ

ପ୍ରତି ପରସ୍ତରେ ଶାଣିତ

ମଧୁର ମିଥ୍ୟାର ଆସ୍ତରଣ


ଭକ୍ତିରେ ନାହିଁ ଧ୍ୱନି ଓଁକାର

ଧର୍ମ ରକ୍ଷା ପାଇଁ ଉଠୁନି ହୁଙ୍କାର

ଅଜୟ ସାଜିଛି ସବୁଠି ଭୟ

ନିରୀହର ବଦ୍ଧ କରୁଛି କ୍ରୋଧ


ଘୁରି ବୁଲୁଛନ୍ତି କାଟିଲୁଟି

ଧନ ଲୋଭୀ କୁବେର

ମଦର ଜୁଆରେ ଚାଲିଛି ମନ୍ଥନ 

ଅମୃତ ମାନି ପିଉଛି ବିଷ, ଜହର


ଅହଙ୍କାର ମାନୁନି ଇନ୍ଦ୍ରଚନ୍ଦ୍ର 

ବୁଲୁଛନ୍ତି ରାକ୍ଷସ ନେଇ ନୂଆ ନାମ 

ରାମ ରହିମ୍ ତ କେବେକହେ

ମୁଁ ସାକ୍ଷାତ ଇଶ୍ୱର ଆଶା ରାମ


କିଛି ଏମିତି ହୁଅନ୍ତା କି? 

ସିଏ ପୁଣି ଫେରନ୍ତା କି? 

ଯିଏ....

ଥିଲା ଅସୁର ଭୟଙ୍କର 

ହୋଇଥିଲେ, 

ପରାଜିତ ଇନ୍ଦ୍ର, ଯମ

କୁବେର ଆଉ ବରୁଣ

ଜିତିଥିଲା, 

ତ୍ରିଲୋକ ବ୍ରହ୍ମାଣ୍ଡ, ବିଶ୍ୱକୁ

ଛୁଇଁ ମହାଦେବଙ୍କ ଚରଣ

ପୁଣି ଫେରନ୍ତା କି, 

ତ୍ରେତୟାର ସେହି ଲଙ୍କେଶ୍ ରାବଣ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics