STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଭାଷା ପ୍ରୀତି

ଭାଷା ପ୍ରୀତି

1 min
212

ଆମ ଭାଷାକୁ ଯଦି ଆମେ ଭଲ ପାଇବା ନାହିଁ,

ଆମ ଓଡ଼ିଆ ଭାଷା ଆଗକୁ କେମିତି ଯିବ ଭାଇ।


ଆମ ଓଡ଼ିଆ ଭାଷା କୁ ଆମେ ଭଲ ପାଇବା,

ପ୍ରୀତି ଓଡ଼ିଆ ଙ୍କ ମନେ ଭାଷା ପ୍ରେମ ଜାଗ୍ରତ କରିବା।


ଆମ ସବୁ ପିଲା ଙ୍କୁ ଓଡ଼ିଆ ଭାଷା ର ମହତ୍ୱ ବୁଝାଇ ଦେବା,

ନିଜ ପରିବାର ରୁ ଭାଷା ର ସୁରକ୍ଷା ଆମେ କରିବା।


ପ୍ରତି ଘରେ ଘରେ ଓଡ଼ିଆ ଭାଗବତ ପଢିବା,

ଓଡ଼ିଆ କହିବା ଓଡ଼ିଆ ଲେଖିବା ପିଲା ଙ୍କୁ ଶିଖାଇ ଦେବା।


ଆମ ପଞ୍ଚ ସଖାଙ୍କୁ କେବେ ଭୁଲି ଯିବା ନାହିଁ

ଲକ୍ଷ୍ମୀ ପୁରାଣ ,ମହାଭାରତ ମାଳିକା ଲେଖିଛନ୍ତି ପ୍ରତି ଓଡ଼ିଆ ପାଇଁ।


ଆଦି କବି ସାରଳା ଦାସ ଓଡ଼ିଆ ସାହିତ୍ୟ ର ଜନକ ହୋଇ ଥିଲେ,

ଆମରି ମାଟିର ଉପେନ୍ଦ୍ର ଭଞ୍ଜ ସାହିତ୍ୟ ର ସମ୍ରାଟ ହେଲେ।


ଆମେ ଯେଉଁ ସ୍ଥାନେ ରହିଲେ ବି ନିଜ ମାଟି ମା କୁ ଭାଷାକୁ ଭୁଲିବା ନାହିଁ

ଆମେ ଓଡ଼ିଆ ବୋଲି ଗର୍ଵ ରେ ଯିବା କହି।


ଆମ ଭାଷା ଆମ ସଂସ୍କୃତି ଆମ ପାଇଁ ମହାନ।

ଆମ ଭାଷା କୁ ବଞ୍ଚାଇବା ଦେଇ ନିଜ ଜୀବନ।


ଆମ ଭାଷା ପଞ୍ଚ ସଖା ଯୁଗ ରୁ ଆରମ୍ଭ ହେଲା

ରୀତି ଯୁଗ ରେ ଏହା ସୁଦୂର ପ୍ରସାରିତ ହୋଇ ଥିଲା।


ଆଜି ଆଧୁନିକ ଯୁଗେ ଭାଷା କୁ ସର୍ବେ ଭଲ ପାଇବା

ଆମ ଭାଷା କୁ ବଞ୍ଚାଇବା ପାଇଁ ସବୁଠି ଲଢିବା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics