STORYMIRROR

Anjana Naik,Anju..Deogarh

Classics

3  

Anjana Naik,Anju..Deogarh

Classics

ସମୟର  ବ୍ୟବଧାନ

ସମୟର  ବ୍ୟବଧାନ

1 min
136


ମମତାର ଡୋରି କେହି ପାରିନି ଛିଣ୍ଡେଇ,   

ତଥାପି ମା ଏବେ ବୁଲେ ଦାଣ୍ଡେ ଦାଣ୍ଡେ,    

ବାହୁନି ବାହୁନି କାନ୍ଦେ ତାର ମାତୃତ୍ୱ      

ପୁଅର ବିଦେଶ ଗସ୍ତରେ,              

ପୁଅ ବୁଝେନା ମା ମନ ବିଦେଶ ନିଶାରେ

ଉଡିଯାଏ ମା କାନି ଛିଣ୍ଡେଇ ମମତାକୁ ଭଣ୍ଡେଇ   ପୁଣି ସେ ବନ୍ଦୀ ହୁଏ ଅଜସ୍ର ଟଙ୍କାର ମୋହରେ   

ତ ପୁଣି କେବେ କାହା ଓଢଣୀର ମହୁଆ ନିଶାରେ ସଂସ୍କାର ବଦଳାଏ ନୂଆଁ ଦୁନିଆରେ ,      

ତାର ମନେ ନାହିଁ... ସେଇ ସକାଳ       

ଯେବେ ଉଠିବାବେଳେ ମୁହଁରେ ଖୁସି ରହୁଥିଲା ଏବେ ସେ ଖୁସି କୁ ତ ଖୋଜୁ ଖୋଜୁ

ସଂନ୍ଧ୍ଯା ହୋଇ ଯାଏ   ।

   

ଆଜି ସବୁ ବଦଳିଯାଇଛି ସମୟର ଅବହାୱାରେ , ସୁ ସମ୍ପର୍କ ଆଉ ସ୍ବାଭିମାନ ଲାଗନ୍ତି

ନଦୀର ଦୁଇ କୂଳ ପରି ।    

ତା ଭିତରେ ପହଁରା ଶିଖିନଥିବା ମଣିଷ ଟି 

ଦଦରା ଡଙ୍ଗାରେ ସବାର ହୋଇ ବାହାସ୍ପୋଟ ମାରେ

ଭୁଲିଯାଏ ଶ୍ରାବଣର ବନ୍ୟାକୁ।


ପରିଶେଷେ ଜାଣି ତାର ଅସ୍ତିତ୍ୱ,

ଆଶାବାନ୍ଧେ.. ଅତିତ, ବର୍ତ୍ତମାନ

ଆଉ ଭବିଷ୍ୟକୁ ନେଇ,

ନିଶ୍ଚେ ନଦୀ ପାରି ହେବ, ମା ର ମମତା,

ସାଥୀର ପ୍ରେମ ଆଉ ପିଲାଙ୍କ ପିତୃତ୍ୱ କୁ ବୋହି ।



Rate this content
Log in

Similar oriya poem from Classics