କରବାଳ ତାର କରେ
କରବାଳ ତାର କରେ
କରବାଳ ତାର କରେ
କଳକୀ କଳିବ
କିଏ କେତେ ଗିଳିଛି
କେ ଦଣ୍ଡିତ ହେବ ।
ବ୍ୟଭିଚାର ବଢିଚାଲେ
ବଢ଼ଇ ବିପତ୍ତି,
ବିଶ୍ଵ ଯୁଦ୍ଧ ଲାଗିଯିବ
ବର୍ତ୍ତିବ କେମିତି ।
ଭାର ଭାର ଵହିଆଣ
ଭରତି ତ ଥଳି,
ଭାରିଯା କିଣି ପକାଅ
ଭୟ କୁ ନ ଭାଳି ।
ମରତ ମଣ୍ଡଳ ମଣ
ମରିଵନି କେହି,
ମରଣ ଦେଖି ନୟନେ
ମୁହିଁ ସିଏ ବୋଲି କହି।
ଜୀବ ଯିବ ଯେତେବେଳେ
ଜମା ଜାଣି ନାହୁଁ,
ଯମ ଦେବଯେ ଯାତନା
ଜାଗୁନୁ ତୁହି ।
ଝମେଲାରେ ଝୁଣ୍ଟୁ ତୁହି
ଝଞ୍ଜଟ ପାଲେ,
ଝରିଯାଏ ଲହୁ ବକ୍ଷୁ
ଝଅଟ ବେହାଲେ।
ନୃସିଂହ ନାମ ନିଅତୁ
ନମ ନାରାୟଣ,
ନଗନ୍ୟ ନର ଜନମ
ନାସାଗ୍ରେ ପରାଣ ।