STORYMIRROR

Madhabi Patel

Classics

3  

Madhabi Patel

Classics

ଶିବରାତ୍ରୀ

ଶିବରାତ୍ରୀ

1 min
213


ମାଘ କୃଷ୍ଣପକ୍ଷ ଚତୁର୍ଦ୍ଦଶୀ ତିଥି

ନାମ ତାର ଶିବରାତ୍ରୀ।


ଅଗ୍ନିପିିଣ୍ଡ ରୂପେ ତୁମର ଜମମ

ହେଲ ଏଦିନ ଉତ୍ପତି।


ବ୍ରହ୍ମା ବିଷ୍ଣୁ ଦେଖି ଭୟଭୀତ ହେଲେ

ଦେଖି ତୁମର ଶକତି।


ତୁମ ସ୍ବରୁପର କଳନାର ପାଇଁ

 ନଥିଲା ତାଙ୍କର ଶକ୍ତି।


ଭକ୍ତଙ୍କର ପାଇଁ ହୋଇଲ ଶୀତଳ

ଲିଙ୍ଗରୂପେ ଅବସ୍ଥିତି।


ସେଥିପାଇଁ ତୁମ ଜନମ ଦିନରେ

ମହାଦୀପକୁ ଜଳାନ୍ତି।


ତ୍ରୀଲୋଚନ ଧାରୀ ତୁମେ ତ୍ରୀପୁରାରୀ

ତୁମେ ତ ତ୍ରୀଲୋକ ପତି।


ଦେବଦାନବ ଯକ୍ଷ ନର କିନ୍ନର

ଅରାଧ୍ୟରୂପେ ପୂଜନ୍ତି।


ଯୋଗରାଜ ତୁମେ ଯୋଗୀରାଜ ତୁମେ

କାପାଳିକ ମହାଯତି।


ସଦାନନ୍ଦ ସଦାଶିବ ଭୋଳାନାଥ

ଗଙ୍ଗାଧର ସତୀପତି।


ଚନ୍ଦ୍ରଶେଖର ହେ ହର ମହେଶ୍ବର

ଘୁଞ୍ଚାଅ ସର୍ବ ବିପତ୍ତି।


ଆଷୁତୋଷ ନାମ ଧନ ଦେବ ନାମ

ଅଳ୍ପରେ ତୁମେ ସନ୍ତୁଷ୍ଟି।


ଦେବେଶ ମହେଶ ଭୂତେଶ ସୁରେଶ

ଶଙ୍କର କୈଳାସପତି।


ପରମେଶ୍ବରହେ ନୀଳକଣ୍ଠ ଶିବ

ଘେନ ଆମର ପ୍ରଣତି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics