STORYMIRROR

Subhalaxmi Nayak

Classics Others

3  

Subhalaxmi Nayak

Classics Others

କଟକ

କଟକ

1 min
206

ଯେବେ ସୁଧିଜନେ ଖୋଜନ୍ତି

ପରିଚୟ ମୋର

ମୁଁ କଟକ !

ମୁଁ ସେଇ ହଜାରେ ବର୍ଷର ସହର,

ଜଗତ ବିଖ୍ୟାତ ଏଠିକା ଭାଇଚାରାର,

ଯେଉଁଠି ବାସ କରନ୍ତି

ତାରକସି କାମରେ ନିପୁଣ କାରିଗର,

ବର୍ଣ୍ଣବୋଧରେ ଲେଖା ଅଛି ପରା !

କଟକ ସହର, ଧବଳ ଟଗର

ଗୋଟିଏ ପଟରେ

କୁଳୁକୁଳୁ ପ୍ରବାହିତ ମହାନଦୀ 

ଅନ୍ୟ ଦିଶାରେ କାଠଯୋଡ଼ି

ମୁଣ୍ଡ ଟେକି ସଗର୍ବେ ଛିଡ଼ା ହୋଇଛି

ଯୋବ୍ରା ଅଞ୍ଚଳର ବତୀଘର

ଇତିହାସ ବଖାଣିବାକୁ 

ଆମ ନୌବାଣିଜ୍ୟ ପରମ୍ପରାର।

ଅନେକ ହଜିଲା ସ୍ବରର ମୁକସାକ୍ଷୀ ମୁଁ

ଅନେକ କଳାକାରର ଜନ୍ମଦାତ୍ରୀ ମୁଁ

ଦଶହରା ଠାରୁ ବାଲିଯାତ୍ରା ଯାଏ

ଉତ୍ସବ ମୁଖରିତ ହୋଇ ଉଠେ ମୁଁ

ବାରବାଟୀର ବୀର ଦର୍ପରେ ମୁଁ

ନେତାଜୀଙ୍କ ପରି 

ସୁଯୋଗ୍ୟ ସନ୍ତାନର ଜନନୀ ମୁଁ

ମୁଁ କଟକ

ଓଡ଼ିଶାର ସର୍ବପୁରାତନ ସହର ମୁଁ

ଓଡ଼ିଶାର ବାଣିଜ୍ୟିକ ପ୍ରାଣକେନ୍ଦ୍ର ମୁଁ ।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics