ଆସ କାହ୍ନୁ
ଆସ କାହ୍ନୁ
ଆସ କାହ୍ନୁ ବାରେ ଦ୍ଵାପରକୁ ଆଣି
ଯିବା ଯମୁନାର କୂଳେ,
ଆମେ ତିନି ମିଶି ହୋଇଯିବା ଏକ
କଦମ୍ବର ଆଢୁଆଳେ ।
ତୁମେ ହେବ ଏକ ମୁହିଁ ଯେ ଦ୍ଵିତୀୟ
ତୄତୀୟ ସେ ବଂଶୀସ୍ଵନ,
ସମୟର ସ୍ରୋତ ସ୍ଥିର ରହିଥିବ
ଚତୁର୍ଦ୍ଦିଗେ କୄଷ୍ଣଧନ ।
ତୋଳୁଥିବ ରାଗ ଝରୁଥିବ ସୁଧା
କରୁଥିବେ ସର୍ବେ ପାନ,
ଆନନ୍ଦେ ଅଧିରା ହୋଇବ ଯମୁନା
ପୁଲକିବେ ତରୁଗଣ ।
ଚନ୍ଦନ ବାସରେ ନିଜକୁ ଭିଜାଇ
ଛୁଉଁଥିବ ସମୀରଣ,
ତୁମେ ହଜିଥିବ ବଇଂଶୀର ସୁରେ,
ମୋ ବାହୁରେ ଶ୍ରୀଚରଣ ।
******