Sangeeta Barik

Classics

3  

Sangeeta Barik

Classics

ଜନ୍ମଦିନ

ଜନ୍ମଦିନ

1 min
192



ବରଷକେ ଥରେ ଜନ୍ମଦିନ ଫେରେ

ଆୟୁଷ ରୁ ଫେଡି ତିଳେ,

ଜୀବନ ଯାତ୍ରାରେ ମାନବ ଜୀବନ

କ୍ଷଣେ କ୍ଷଣେ କାଳ ବଳେ ।


ଆଦର ବେଭାର ଧର୍ମ କର୍ମ ତାର

ଗୋଟି ଗୋଟି ଲେଖା ହୁଏ,

ବୋହି ନେଇଯାଏ ଧରମ ଟିକକ

ମଶାଣି ରେ ଯେବେ ଶୁଏ ।


ଆତ୍ମୀୟ ସ୍ବଜନ ବନ୍ଧୁ ପରିଜନ

ଅଳପ ଦିନର ସାଥି,

ଧରିତ୍ରୀ ମଞ୍ଚରେ ନାଟକ ସରିଲେ

ସମ୍ପର୍କ ସୂଚି ରେ ଇତି ।


ପ୍ରେମପୂର୍ଣ୍ଣ ମନ ଦେବେ ବିସର୍ଜନ

ସଂସାର ଜଞ୍ଜାଳ ହାଟେ,

ନୂତନ ଶରୀର କରିବେ ନିଜର

ଜଗି ବସିଥିବେ ବାଟେ ।


ଜନ୍ମ ରୁ ଶ୍ମଶାନ ପଥ ଦୁଇ ଦିନ

ବଡ ଗହନ ଏ କଥା,

ଜୀବନ ଭାବନା କରେ ଆନମନା

କାଳଜୟୀ ଲେଖା ଗାଥା ।



Rate this content
Log in

Similar oriya poem from Classics