Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sangeeta Barik

Romance

4  

Sangeeta Barik

Romance

ପ୍ରେମ ପାଖୁଡା ର ରଙ୍ଗ

ପ୍ରେମ ପାଖୁଡା ର ରଙ୍ଗ

1 min
389



ପ୍ରେମ ପାଖୁଡ଼ା ରେ ଭରିଗଲା ପରେ

ମନଲୋଭା ରଙ୍ଗ ଏତେ,

ବୈଶାଖେ ବହଇ ମଳୟ ମରୁତ

ଘର୍ମସିକ୍ତ ତନୁ ଶୀତେ ।


ଥାଇ ବହୁ ଦୂର

ଝରକା ଏପଟେ ଭିଜେ,

ଆନମନା ମନ ହୁଏ ଛନଛନ

ଅତୀତ ଅଣ୍ଡାଳି ଖୋଜେ ।


କୋକିଳ କୂଜନ ପଞ୍ଚମ ସୁତାନ

ଶୁଭୁଥାଏ ଅହରହ,

ସୁମନ ଉଦ୍ୟାନେ ଗନ୍ଧବହ ଦାନେ

ପ୍ରେମ ବାସ ମହମହ ।


ଲତା ଲାଜକୁଳୀ ଲାଜେଇ ଝାଉଁଳି

ବୄକ୍ଷ ଆଲିଙ୍ଗନ କରି,

ଜୀବନ ସର୍ବସ୍ବ ଯାଚି ଦେଉଥାଏ

ଯେହ୍ନେ ସମର୍ପିତା ନାରୀ ।


ପ୍ରେମୀ ର ଭୁବନ ସଦା ପ୍ରେମେ ଲୀନ

ପ୍ରେମ ବିନା ସବୁ ଶୂନ୍ୟ,

ପ୍ରେମ ପାଖୁଡା ର ରଙ୍ଗ ବୋଳି ହୋଇ

ପ୍ରେମୀ ର ଜୀବନ ଧନ୍ୟ ।




Rate this content
Log in

Similar oriya poem from Romance