STORYMIRROR

pratap nayak

Romance

3  

pratap nayak

Romance

ପ୍ରତିିଦାନ

ପ୍ରତିିଦାନ

1 min
158

କାହିଁ ଆଉ ସେ ଭାବନା ଆସୁନି ମନରେ 

ତୁମ ଛାତିର ଦିକ୍ ଦିକ୍ ଭାଷା ଶୁଣିବାକୁ 

ଚେଷ୍ଟା ବି କରୁନି ମୁଁ

ସାମାନ୍ୟ ଖସ୍ ଖସ୍ ଶବ୍ଦ ମତେ ଆନମନା କରୁନି

ଚାହୁଁନି ପଛକୁ ବୁଲି,

କାଳେ ତୁମେ ଆସିଲ କି?

ମିଛରେ ମୁଁ ବଡପାଟି କରି ମୋ ଉପସ୍ଥିତି ଜଣାଉନି ତୁମକୁ,

ତୁମ ଆଭାସ ପାଇବାକୁ ପାଖରେ 

ଆଗ୍ରହ ବି ରଖୁନି

ତୁମ ବିଷୟରେ କିଏ କଥା ହେଲେ  

କାନ ତ ଡେରୁନି ,

ଯଦିବା ଅକସ୍ମାତ

ତୁମେ ମୋର ଚଲା ବାଟେ ଭେଟ ହୁଏ 

ଯଦିବା ଅକସ୍ମାତ

ସାମ୍ନା ସାମ୍ନୀ ତୁମ ମୋ ଆଖି ମିଶିଯାଏ 

କାହିଁ କିଛି 

ପ୍ରତିକ୍ରିୟା ତ ଆସେନା ମନରେ 

ବଢେନା ଉନ୍ମାଦନା ମୋର

କ’ଣ କହିବି କ’ଣ ନକହିବି 

ପାଟି ବି ଖନି ବାଜେନା

କାରଣ 

ବୁଝେଇଛି ମତେ ସମୟ    

 ବୁଝେଇଛି ମତେ ଜୀବନ 

ବଞ୍ଚିବାର ଶେଷ ମରୁ ବାଲି

ହଁ ବେଳେବେଳେ 

ସ୍ୱପ୍ନରେ ଛନକା ଆସେ !

କାଳେ ଧରା ପଡିଗଲି କି ?

କାଳେ କିଏ ଜାଣିଲେ କି ?

ହୋସ୍ ଆସେ

ଜଡେଇ ଧରେ ଶେଯ

ତୁମ ମିଛ ପ୍ରତିଦାନ ପାଇଁ ?

ଲୁହ ତ ଆସେନା 

ହସିଦିଏ ମନେ ମନେ 

ତୁମ ପ୍ରତିଦାନ ?

ହଁ ତୁମ ପ୍ରତିଦାନ ?

ତୁମର ଏମିତି ହୁଏ କି ନହୁଏ !

ତୁମେ ଜାଣ ?

ହେଲେ ସତ କହୁଛି

କାହିଁ ଆଉ ସେ ଭାବନା ଆସୁନି ମନରେ

ଆସୁନି ମନରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance