ପ୍ରେମ ଋତୁ ବସନ୍ତ
ପ୍ରେମ ଋତୁ ବସନ୍ତ
ତୁମ ଆଲିଙ୍ଗନେ
ହଜିଯାଏ
ଭିଯିଯାଏ ମୁଁ
ଶୀତ ସରିଗଲେ ବସନ୍ତକୁ କାହିଁ
ଚାହିଁ ରହିଥାଏ ମୁଁ
ମଳୟ ପବନେ କିଛି କିଛି ହୁଏ ସ୍ପନ୍ଦନେ
ଦେହରେ ବାଜିଲେ ସତେକି ଲାଗେ
ହଜିଚି ମୁଁ ତୁମ ଚୁମ୍ବନେ
ତୁମ ଆଲିଙ୍ଗନ ଉଷୁମ ନିଆଁରେ
ବହିଯାଏ ଦେହୁ ଝାଳ
ବିନା ବୈଶାଖରେ ଓଦା ହେଇଯାଏ
ତଳିପାରୁ ମୋର ତିଳ
ସାତ ରଙ୍ଗ ପରେ ପ୍ରେମର ରଂଗଟା
ଛୁଇଁ ଯାଏ ବସନ୍ତରେ
ଛଅ ଋତୁ ପରେ
ପ୍ରେମର ଋତୁଟା
ଉଇଁ ଥାଏ ଧରଣୀରେ।