Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

bebismita kar

Others

3  

bebismita kar

Others

ସ୍ୱାଧୀନତା ସ୍ଵାଦ

ସ୍ୱାଧୀନତା ସ୍ଵାଦ

1 min
501


ସ୍ୱାଧୀନତା ସିନା ପାଇଚି ଦେଶ

ହେଲେ ସ୍ଵାଦ ତାର ଲାଗୁଚି ବିଷ।


ଗାନ୍ଧୀ, ଗୋପବନ୍ଧୁ ମହାପୁରୁଷ

ବଜିରାଉତ ଆଉ ସୁଭାସବୋଷ


ଦେଶ ପାଇଁ ତାଙ୍କ ଜୀବନ ଦେଲେ

ଯୁଗ ଯୁଗକୁ ସେ ନାଁ ରଖିଲେ।


ଆମ ଏ ଦେଶର ଯୁବକ କେତେ

ଜାଣି ଜାଣି ଯାନ୍ତି ବିନାଶ ପଥେ।


ଶୋଷଣ, ଦୁର୍ନୀତି ଚାଲଇ ନିତି

ରାଜନେତାଙ୍କର ଏ ଦେଶ ପ୍ରୀତି।


ଜନତାଙ୍କ ରକ୍ତ ଶୋଷିବା ପାଇଁ

ଦର ଦାମ୍ ସବୁ ଦିଅନ୍ତି ବଢାଇ।


ସମାଜରେ ନାରୀ ଅବହେଳିତ

ସବୁଥିରେ ଦେଶ ଆମ ବିଖ୍ୟାତ।


ଋଣ କରି ଚାଷୀ ହାରେ ଜୀବନ

କେମିତି କହିବା ଆମେ ସ୍ବାଧୀନ ! ! !



Rate this content
Log in