STORYMIRROR

bebismita kar

Inspirational Thriller

3  

bebismita kar

Inspirational Thriller

ତୁମେ ଚିତ୍ରକର

ତୁମେ ଚିତ୍ରକର

1 min
143

ହଁ

ସତରେ ତ ତୁମେ ଚିତ୍ରକର !

ତୁମେ ଆଙ୍କିପାର ଶକ୍ତ ମାଟିକୁ ନେଇ

ଆଖିର ତୂଳୀରେ

ଖାଲି ସେତିକି ନୁହେଁ

ତୁମେ ଆହୁରି ବି ଆଙ୍କିପାର

ବିନା କାଗଜ କାଳିରେ

ଦେହରେ

ମନରେ

ମହାଶୂନ୍ୟରେ।

ପୁରୁଣା ଡାୟରୀର ପୃଷ୍ଠା ପରି

ଓଲଟି ଯାଅ ତୁମେ

ଆଉ ବଦଳିଯାଏ ଦୃଶ୍ୟପଟ୍ଟ।

ମୁଁ ଜାଣି ବି ଅଜଣା

କହିବି ବା କାହାକୁ

ଯାହା ଅକୁହା !

ମୁଁ କିନ୍ତୁ ସହିଯାଏ

ରହିଯାଏ

ସେସବୁକୁ ସାଇତି ରଖେ

ହୃଦୟ ଆଲବମ୍ ରେ।

ଆଗକୁ ଚାହିଁ ଦେଖେ ପଡିଚି ଲମ୍ବା ରାସ୍ତା

ନିଜକୁ ଠିଆ କରେ ନିଜ ଆଗରେ ।

ମିଛର ଚିତ୍ର ଠାରୁ ଦୁରେଇଯାଏ

ସତର ସୁରୁଜ ପାଇଁ

ସଙ୍ଗୀତ ଗାଇ ଗାଇ

ତୁମେ ଚିତ୍ରକର

ତୁମେ ଚିତ୍ରକର

ଆଙ୍କିପାର ଚିତ୍ର ତୁମେ ଅନେକଙ୍କୁ ନେଇ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational