STORYMIRROR

bebismita kar

Tragedy

3  

bebismita kar

Tragedy

ଅତୀତର କିଛି ସ୍ମୃତି

ଅତୀତର କିଛି ସ୍ମୃତି

1 min
302

ଫେରିଚି ଆଜି ସେ ଦିନ

ନାହିଁ ଆଉ ସେଇ ମନ

ଭଙ୍ଗା ଆଇନାକୁ ଯେତେ ସଜାଡ଼ିଲେ

ଦେଖା ହେବ ଟିକେ ଭିନ୍ନ ।

ମନ କଥା ଖୋଲି ଯାହାକୁ ମୁଁ କହେ

ସିଏ କରେ ଆଜି ବାହାନା

ପ୍ରତାରଣା ଥିଲା ତା ଭଲପାଇବା

ମିଳେ ଖାଲି ଏଠି ଯାତନା ।

ଆଜିବି ଭୁଲିନି ଭୁଲିପାରୁ ନାହିଁ

ପ୍ରୀତିର ସେ ମିଠା ଛୁଆଁ

ମନେ ପଡିଗଲେ

ଦେହରେ ମନରେ

ଲାଗିଯାଏ କାହିଁ ନିଆଁ ।

ତଥାପି ରହିଚ ମନ ମନ୍ଦିରରେ

ରହିଥିବ ଚିରଦିନ

ଅଳି କରିବିନି କେବେ ତୁମ ଆଗେ

ଭାଙ୍ଗିଯାଉ ପଛେ ମନ।


साहित्याला गुण द्या
लॉग इन

Similar oriya poem from Tragedy