STORYMIRROR

bebismita kar

Fantasy Others

4  

bebismita kar

Fantasy Others

ପିଲାବେଳ ବନ୍ଧୁ

ପିଲାବେଳ ବନ୍ଧୁ

1 min
161

ପିଲାବେଳର ବନ୍ଧୁ ତୋର ମୋର

ଆମ ଏ ସ୍ନେହରେ ନ ଲାଗୁ କାହାର ନଜର

ମଥାରେ ଯେମିତି ସିନ୍ଦୁର ଲାଗିଲେ ସୁନ୍ଦର

ଆମରି ଯୋଡ଼ି ରହିଥାଉ ହୋଇ ଅମର।


ହସରେ, ଲୁହରେ

ସୁଖରେ, ଦୁଃଖରେ

ପାଖେ ପାଖେ ମୋର ଥାଉ

ଯେତେ ବାଧା ବିଘ୍ନ ଆସିଲେ ଜୀବନେ

ସାହାସ ତୁ ମତେ ଦେଉ।


ମନେ ଅଛି ସବୁ ସ୍ମୃତିର ସେ ଦିନ

ଫେରୁଥିଲେ ଦୁହେଁ ମିଶି

ବାଟରେ ଗଛରୁ ଖାଉଥିଲେ ତୋଳି

ବରକୋଳି, ଆମ୍ବକଷି।


ତୁ କହୁଥିଲୁ

ମୁଁ କହୁଥିଲି

ମନର କଥାକୁ ହସି

ତୋ ମୋ ଭିତରେ ତଫାତ୍ ନଥିଲା

ଆଜିବି ହୋଇନି ବାସି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy