STORYMIRROR

bebismita kar

Abstract

2  

bebismita kar

Abstract

ନୂଆ ବରଷ

ନୂଆ ବରଷ

1 min
219

ଆସିଛି ଆସିଛି ନୂଆ ବରଷ ଆସିଛି

ସମୟର କୂଳ ଲଙ୍ଘି

ଉତ୍ସାହର ଢେଉ ଭାଙ୍ଗି

ସଭିଙ୍କ ପାଖେ ପହଞ୍ଚିଛି


ପିଲାଠାରୁ ବୁଢ଼ା ସଭିଙ୍କ ମନେ

ଆନନ୍ଦ ଉଲ୍ଲାସ ଆସିଛି ଦିନେ

ଭୋଜି ଭାତ ଆଉ ନାଚ ଗୀତରେ

ଆପଣେଇ ନେବା ସଭିଙ୍କୁ ଥରେ


ଦୁଃଖ କଷ୍ଟ ସବୁ ଏକାଠି କରି

ବାନ୍ଧି ଦେବା ଆଜି ଗଣ୍ଠିଲି ଭରି

ସୁଖର ସ୍ୱାଦକୁ ଚାଖିବା ପାଇଁ

ନୂଆ ବରଷ କୁ ରହିବା ଚାହିଁ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract