ଆପେ ବୁଝିପାରେ ଯିଏ
ଆପେ ବୁଝିପାରେ ଯିଏ
ଏଇ ଦୁନିଆରେ ତୁମଠାରୁ ବଳି
ନିଜର ଅଛି ମୋ କିଏ !
କହିବା ଆଗରୁ ମନକଥା ସବୁ
ଆପେ ବୁଝିପାରେ ଯିଏ !
ରାଗ, ରୁଷା ଆଉ ଅଭିମାନ କଲେ
ତୁମେ ଧରନାହିଁ ଜମା
ସୁଖେ ଦୁଃଖେ ସଦା ପାଖେ ପାଖେ ଥାଇ
ସାହା ହୁଅ ମୋତେ ସିନା ।
ବିପଦେ ଧଇର୍ଯ୍ୟ ଦିଅ ତୁମେ ମୋତେ
ସୁଖେ ସାଥୀ ହୋଇ ହସ
ଯେତେ ଯେତେ ତୁମ ପ୍ରଶଂସା କରିଲେ
ହେବନାହିଁ କେବେ ଶେଷ ।
ତୁମ ଦରଶନେ ପ୍ରଫୁଲ୍ଲିତ ମନ
ବିଷାଦ ମାଡ଼େନା ପାଖ
ଅତି ଆପଣାର ତୁମେ ବୋଲି ମୋର
ଜଣାଏ ଦୁନିଆ ଯାକ ।
ତୁମ ହୃଦୟଟି ବିଶାଳ ଯେତିକି
ସେତିକି କୋମଳ ଭାରି
ତେଣୁ ଶତବାର ପ୍ରଣାମ କରେ ମୁଁ
ତୁମରି ଚରଣ ଧରି ।

