STORYMIRROR

Shiba Charan Mahapatra

Romance

3  

Shiba Charan Mahapatra

Romance

ଆସିବ ବୋଲି ତ

ଆସିବ ବୋଲି ତ

1 min
321


କେବେ କେଉଁ ଲଗ୍ନେ ଆସିବ ବୋଲିତ

ଉଜାଗର ସାରା ରାତି

ଜଳି ପୋଡିଯାଏ ହୃଦ ପ୍ରାଣ ମନ

ଚାନ୍ଦିନୀ ପରଷେ ତାତି..


ପବନ ବହିଲେ ସୁମନ ସୁବାସେ 

ତୁମ ଦେହ ବାସ ଝରେ 

ଦହନ ଜ୍ଜଳନେ ସରସୀର କଇଁ 

ପିରତି ପିଆଲା ଭରେ..


ତାରାମେଳେ ଜହ୍ନ କହିପାରେ ନାହିଁ 

ମନ ତଳ ମିଠା କଥା 

ଆକାଶ ଛାତିଟା ବିସ୍ତାରେ ହୃଦୟ 

ନଦେଖି ଅଦେଖା ବ୍ୟଥା.. 


ଏସନ ଫଗୁଣ ମୁହଁ ପୋତିଦେଲା 

ତୁମେ ଆସିଲନି ବୋଲି

କୁହୁଡ଼ି କାକର ବଉଳ ଜାଳିଲା 

ଫୁଲ ଦୋଳି ଝୁଲିଝୁଲି..


କେତେ ମାନ ନେଇ ରୁଷିବ ମାନିନୀ 

ନଇଁଲାଣି ଆୟୁ ସଞ୍ଜ 

ଦୁଇ ପାଦେ ସରୁ ଅଳତା ପିନ୍ଧେଇ

ଫେରିଆସ ହୋଇ ସଜ..


ଆସିବ ବୋଲିତ ଝାଞ୍ଜି ବଇଶାଖେ 

କୃଷ୍ଣଚୂଡା ଫୁଲ ହସେ

ଫେରିବା ପଥ'ରେ ଅତର ସିଞ୍ଚିଣ

ବାଟ ଚାହିଁ ତୁମ ବସେ...



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance