ପ୍ରିୟତମ
ପ୍ରିୟତମ
ସୁଦୂର ପ୍ରସାରି ଭାଲେରି
ଅତିକ୍ରମ କରି
ପ୍ରେମ ରଙ୍ଗ ନେଇ ଆସିଥିଲ
ମୋର ଜୀବନକୁ ମତେ
ପ୍ରେମ ରଙ୍ଗରେ ରଙ୍ଗେଇବାକୁ,
ତୁମେ ତୁମ ମନବାଞ୍ଛା ରେ
ହୋଇଗଲ ସଫଳ।
କେଇଦିନର ଅନ୍ତରାଳ ରେ
ହୋଇଗଲି କେମିତି କେଜାଣି
ଏତେ ନିଜର ତୁମର
ତୁମର ସେ ପ୍ରଥମ ସ୍ପର୍ଶ
ପରେ ଜାଗି ଉଠିଛି
ମନରେ କାମନାର ଲାଳସା
ଦେହେ ଅସହ୍ୟ କମ୍ପନ।
କେଡେ ଅଲାଜୁକ ହେ ତୁମେ!
ବାରମ୍ବାର ସପନରେ ଆସି
ଚୁମି ଯାଉଛ ମୋ ଅଧରକୁ
ବାହୁବନ୍ଧନରେ ବାନ୍ଧି ଦେଇ
ଭାଙ୍ଗୁଛ ମୋ ନିଦକୁ।
ହେ ମୋର ପ୍ରିୟତମ!
ସପନର ସୀମାକୁ ଲଙ୍ଘି
ଆସିଯାଉ ବାସ୍ତବତାର
ଚିତ୍ରଣରେ ଆଖି ଆଗକୁ
ପୁଣିଥରେ ସେଇ ଅଭୁଲା
ଶିହରଣକୁ ଭରି ଦିଅ
ଏଇ ମୋ ଦେହରେ।
ତମକୁ କଣ ଫରକ
ପଡୁନି ମୋ ମନର ବ୍ୟାକୁଳତା
ଫେରି ଆସ ଫେରି ଆସ
ମୋର ବାସ୍ତବତାକୁ
ହେ ମୋର ପ୍ରିୟତମ
ପ୍ରିୟତମ
ପ୍ରିୟତମ
ପ୍ରିୟତମ।

