STORYMIRROR

Sarojini Behera tiki

Abstract Romance

4  

Sarojini Behera tiki

Abstract Romance

ତୁମକୁ ଝୁରେ ଏ ମନ

ତୁମକୁ ଝୁରେ ଏ ମନ

1 min
406


ତୁମ ଦୁନିଆରୁ ବିଦାୟ ନେଇ

ଯାଉଛି ଦୂରକୁ ମୁହିଁ

ଜାଣିଛି ମୁଁ ତୁମ ହୃଦୟରେ ନାହିଁ

ଏମିତି ରହିବି କାହିଁ।

ତୁମେ ଯେ ନିଷ୍ଠୁର ମୁଁ ନୁହେଁ ପଥର

ପାରୁନାହିଁ ଆଉ ସହି

ମୋ ଟିକି ହୃଦୟ ସାଇତି ମୁଁ ଥିବି

କେବଳ ତୁମରି ପାଇଁ।

ତୁମ ଜୀବନରେ ଆଉ କିଏ ଅଛି

ଆଗରୁ ମୁଁ ଜାଣିଥିଲି

ନିଜ ଗୋଡେ ନିଜେ କୋରାଡ଼ି ମାରିକି

ତୁମକୁ ଭଲ ପାଇଲି।

ଥଟ୍ଟା କରି ମତେ ହସି ଦେଉଅଛ

ଏ ତୁମ ପୁରୁଷ ପଣ

ଏଇ ହସ ଥାଉ ତୁମ ଓଠ ଧାରେ

ଲୁହେ ହଜୁ ମୋର ସ୍ୱପ୍ନ।

ପାଦରେ ଏଡେଇ ବାଟକୁ କଡେଇ

ଯେବେ ତୁମେ ଯାଉ ଚାଲି

ଏ ଛାତି ଭିତରେ ଅଦିନିଆ ବହେ

ଘୁର୍ଣ୍ଣି ଝଡର ସେ ବାଲି।

ଥରେ ଅଧେ ନୁହେଁ ଲକ୍ଷେ ଥର ତୁମେ

କରିଅଛ ପ୍ରତିଖ୍ୟାନ

ତଥାପି କାହିଁକି ଜାଣେ ନାହିଁ ନିଜେ

ତୁମକୁ ଝୁରେ ଏ ମନ।

କଣ୍ଟା ଟିଏ ଆଜି ହଟିଯିବ ତୁମ

ଜୀବନର ଚଲା ବାଟେ

କଥା ଦେଉଅଛି ଫେରିବିନି କେବେ

ପ୍ରେମ ନଦୀ ଭରା ତୁଠେ।

ହାରିଗଲି ବୋଲି ମନ ଦୁଃଖ ନାହିଁ

ଜିତିବାର ଅଛି ଆଶା

ଯେବେ ହାତ ଠାରି ଡାକିଦେଵ ଥରେ

ଲେଉଟିବି ମୁଁ ସହସା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract