STORYMIRROR

Sarojini Behera tiki

Tragedy Inspirational

3  

Sarojini Behera tiki

Tragedy Inspirational

ମା କାହିଁକି ଲୋ ତୋର ପୂଜା

ମା କାହିଁକି ଲୋ ତୋର ପୂଜା

1 min
291


ଧରମକୁ ଡରି ଯିବା ପାଇଁ ତରି

କରନ୍ତି ତୋହର ପୂଜା

ହେଲେ କନ୍ୟା ଧାରୀ ଗରଭକୁ ମାରି

ଦିଅନ୍ତି କାହିଁକି ସଜା।

ତୋ ମାଟି ଦେହକୁ ଯେ ଘୋଡାଇବାକୁ

କିଣନ୍ତି ଦାମିକା ପାଟ

ଦୁନିଆ ଆଗରେ ନାରୀଙ୍କ ଦେହରେ

ବସ୍ତ୍ର ହୁଏ କ୍ଷଣେ ଲୋଟ।

କିଛି ଭୁଞ୍ଜୁନାହୁଁ ତେଣୁ ସବୁ ପାଉ

ଖାଦ୍ୟ ବାସ ଭକ୍ତି ମାନ

ଗରିବ ମାନଙ୍କ ମେଣ୍ଟୁନାହିଁ ଭୋକ

ଜ୍ୱାଳା ସହି କଟେ ଦିନ।

ତୋହରି ପାଣ୍ଠିରେ ଲକ୍ଷ ଟଙ୍କା ଭରେ

ଚାଷୀ ଋଣେ ହାରେ ପ୍ରାଣ

ତୁ କିସ ବୁଝୁଛୁ କି ଦୁଃଖ ହାରୁଛୁ

ରଖିଛୁ ତୋର କି ମାନ।

କେତେ ଭକ୍ତ ପୁଅ ଛୁଟାନ୍ତି ଯେ ସୁଅ

ମାଆ ମାଆ ଡାକି ଡାକି

ବୃଦ୍ଧ ପିତା ମାତ ବୃଦ୍ଧାଶ୍ରମ ଗ୍ରସ୍ତ

ପାରନ୍ତିନି କାହିଁ ରୋକି।

ଅଙ୍ଗେ ଅଙ୍ଗେ ନାନା ଅଳଙ୍କୃତ ସୁନା

ପାଦେ ଭକ୍ତି ପୁଷ୍ପ ଢାଳି

ବାସ୍ତବରେ ନାରୀ ବସନ ଉତାରି

କାମ ଭୋକେ ପଡେ ବଳି।

ତତେ ନ ପୂଜିଲେ ଦଶା ପଡେ ଭଲେ

ଭୟ ଅଛି ଜନ ମନେ

ହେଲେ ମାତା କାହିଁ (ନାରୀ) ତୋ ପରି ଅଟଇ

ଭାବନ୍ତିନି କେହି ଦିନେ।

ମାଆ ଲୋ କାହିଁକି ପାରୁନାହୁଁ ରୋକି

ଠକାମିରେ ତୋର ପୂଜା

ମନେ କି ଭାବୁଛୁ ନ୍ୟାୟ ସଂସ୍ଥାପୁଛୁ

ଉଡାଇ ଧର୍ମ ର ଧ୍ବଜା।

କଳି କାଳ ଏହି ସତ୍ୟ ତିଳେ ନାହିଁ

ଧାଉଁଛି ସମୟ ପାପେ

ଅଧର୍ମ ର ଜୟ ଅସତ୍ୟ ବିଜୟ

ପାରିବୁନି,

ସଂହାରୀ ଏଇ ତ ରୂପେ।

ଜଣେ ନୁହେଁ ଶେଷ ରାକ୍ଷସ ପୁରୁଷ

କରିଦେବୁ ତୁହି ବଶ

କୋଟିଏ ଦାନବ ପାରିବୁନି ଠାବ

କରିବାକୁ ଏଠି ନାଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy