STORYMIRROR

Sarojini Behera tiki

Tragedy

3  

Sarojini Behera tiki

Tragedy

: ମୁଁ ସେ ଅଭାଗିନୀ

: ମୁଁ ସେ ଅଭାଗିନୀ

1 min
404


ମୁଁ ସେ ଅଭାଗିନୀ ବଡ଼ ହିନୀମାନି

କରିଛି ମୁଁ କେଉଁ ପାପ

ମାତୃ ଗର୍ଭାଶୟେ ପ୍ରାଣ ମୋର ଯାଏ

ଦେଖୁନି ଦୁନିଆ ରୂପ।

ଲକ୍ଷେ ଅଣ୍ଡକୋଷ ସଂଘର୍ଷ ପରେ ବି

ସମ୍ପୂର୍ଣ୍ଣତା ପାଏନାହିଁ।

ପବିତ୍ର ପାପରୁ ସୃଷ୍ଟି ହୋଇ ସୁଦ୍ଧା

ଅଳିଆକୁ ଯାଏ କାହିଁ।

ମୁଁ କି ପାରିବିନି ଟେକ ତୁମ ରଖି

ଏମିତି ମାରୁଛ ମତେ

ଦଇବ ଏମିତି ଖେଳୁଛି ମୋ ସହ

କଷ୍ଟ ଦିଏ ମତେ କେତେ।

ପୂଣ୍ୟ ବଦଳରେ ଭ୍ରୁଣ ହତ୍ୟା ପାପ

ଦୋଷ ତୁମେ ବୋହୁଅଛ

ପୁତ୍ରକୁ ଜିଆଇଁ କନ୍ୟା ବଳି ଦିଅ

ତୁମ,ପିତା ମାତା ଧର୍ମ ତୁଚ୍ଛ।

କନ୍ୟାଟିଏ ଘର ରତନ ଭଣ୍ଡାର

ବଢ଼ାଏ ଧନ ସମ୍ମାନ

ମାତା ପତ୍ନୀ ଭଗ୍ନୀ ଲୋଡ଼ା ପଡୁଅଛି

କନ୍ୟାକୁ ଦିଅ ମରଣ।

ଭାବନାକୁ ତୁମ ବଦଳାଇ ଦିଅ

ହସୁଥାଉ କନ୍ୟା ରତ୍ନ

ସେହି କନ୍ୟା ଦିନେ ବୃଦ୍ଧାବସ୍ଥା ବେଳେ

ତୁମରି ହିଁ ନେବ ଯତ୍ନ ।

ବଞ୍ଚିବାକୁ ଦିଅ ତାକୁ ମତେ ସ୍ୱାଧୀନରେ

ସୁନ୍ଦର ଧରାକୁ ଦେଖେ

ଗୋଟେ ସୁଯୋଗରେ ସମୃଦ୍ଧି ଆଣିବି

ଗାଆଁ ଦେଶ ଟେକ ରଖେ।

ଶିକ୍ଷିତ ସମାଜେ ଦାନବଙ୍କ ପରି

ଭ୍ରୁଣ ହତ୍ୟା କରନାହିଁ

ଓଠେ ହସ ଭରି ଆସିବାକୁ ଦିଅ

ସୌଭାଗ୍ୟକୁ ମୁଣ୍ଡେ ନେଇ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy