STORYMIRROR

Sarojini Behera tiki

Romance

3  

Sarojini Behera tiki

Romance

କିନ୍ତୁ

କିନ୍ତୁ

1 min
117


କେବେଠୁ କାହିଁ କେଉଁଦିନରୁ

ଏଇ ସୁନ୍ଦର ଶୀତଳ ହସ

ହସ ଭରା ଜ୍ୟୋତିମୟ ଚେହେରାକୁ 

ଖୋଜୁଥିଲି କେଉଁଠି ହଜେଇଥିଲି

ମତେ ଜଣା ନଥିଲା 

ତଥାପି ପାଇବାର ଅନ୍ୱେଷଣରେ

ଘୁରୁଥିଲି ମୁଖପୁସ୍ତକ ଠୁ ନେଇ

ବାସ୍ତବିକ ଜୀବନ ଯାଏଁ।

ଖୁସି ହାତ ମୁଠାରେ ଥାଏ

ଯେବେ ମୋ ପାଖେ ତୁମେ ଥାଅ

ଦୁନିଆ ଟା ଭାରି ଛୋଟ ଲାଗେ

ତୁମକୁ ହଜାଇଲା ପରେ କଳ୍ପନା

କରିପାରୁନାହିଁ ଦୁନିଆ ସତରେ

କେତେ ବଡ଼,

ଆଜି ବହୁଦିନ ପରେ ତୁମ ନମ୍ବରଟା

ଡାଇରୀରେ ଲେଖିଦେବା ପାଇଁ

ମତେ କୁହାଗଲା କ୍ଷଣକେ ମୁଁ ସ୍ତବ୍ଧ ହୋଇଗଲି

ଏଇଟା ସତ ନା ମୋର ପାଗଳାମି।

ନାଇଁ ତ ଏଇଟା ସତ,ନମ୍ବର ତ ସାଇତି 

ରଖିଲି କିନ୍ତୁ.......

କୁହତ ଏ କିନ୍ତୁ କଣ?

ଭୟ ନା ଆଉ କିଛି

ଲାଗୁଛି ସବୁ ଖୁସି ହାତ ଆଞ୍ଜୁଳିରେ

କିନ୍ତୁ......ଏଇଟା ହୁଏତ ଭୁଲ

କାହିଁକି ଜାଣ ତୁମର ଠିକଣା ପାଇଛି ସତ

ହେଲେ ତୁମକୁ ନୁହଁ 

ଏଇଟା ବି ସମ୍ଭବ ନୁହେଁ

ଅନ୍ୟ ଠିକଣା ରେ ତୁମେ ବାସିନ୍ଦା 

ହୋଇଯାଇଛ କିନ୍ତୁ ମୋ ହୃଦୟରୁ

ଦୁରେଇନାହଁ ତ!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance