STORYMIRROR

Sarojini Behera tiki

Abstract

2  

Sarojini Behera tiki

Abstract

ନାରୀ ତୁ ଅନନ୍ୟା

ନାରୀ ତୁ ଅନନ୍ୟା

1 min
279

ନୟନୁ ତା ନୀର ଝରେ ବାରବାର

ପୋଛିଦେଇ ହସୁଥାଏ

ତେଜି ଅଭିମାନ ମନେ ମାରି ମାନ

ସଭିଙ୍କ,ମନକୁ ସେ କିଣୁଥାଏ

ସବୁ ଅତ୍ୟାଚାର ସହି ବ୍ୟଭିଚାର

ଚାଲୁଥାଏ କଣ୍ଟା ପଥେ

ଓଠ କେବେ ଖୋଲି କୁହେନାହିଁ ବୋଲି

ଲଢେ ସେ ଅନ୍ୟାୟ ସାଥେ

ମୁହଁ ଦେଖି ସିଏ ମନ କଥା କୁହେ

ସତେକି ଜାଣିଛି ଯାଦୁ

ତଥାପି ଶାନ୍ତିରେ ନିଶ୍ୱାସ ନ ମାରେ

ଦୁଃଖ,ଦରିଆର ପ୍ରତି ବିନ୍ଦୁ

କେବେ ସାଜେ ମାଆ କେବେ ସେ ଭଉଣୀ

କେବେ ସାଜେ ପ୍ରାଣ ସହି

ଯତ୍ନ ଠାରୁ ନେଇ ସ୍ନେହ ପ୍ରେମ ଦେଇ

ଚାଲୁଥାଏ ଖୁସି ବାହି

ନିଜ ଡେଣା ନିଜେ କାଟି ପଙ୍ଗୁ ସାଜେ

କର୍ମ ଜଞ୍ଜାଳର ଦ୍ୱାରେ

ପଞ୍ଜୁରୀ ଭିତରେ ଜଳି ଜଳି ମରେ

କୁହେନା କାହା ଆଗରେ

କେତେ ପୂଜାର୍ଚ୍ଚନା ମାନସିକ ମନା

କରେ କେତେ ଓଷା ବ୍ରତ

ଶଙ୍କଟର ଆଗେ ଠିଆ ହୁଏ ବେଗେ

ସଂସାରର ରକ୍ଷା ଛାତ

ଦେଖି କାହା କଷ୍ଟ ହୁଏ ଛଟପଟ

ସହିପାରେନା ସେ ଦୁଃଖ

ଯନ୍ତ୍ରଣା ନିଜର ଚାପି ତା ଛାତିର

ଦେଖେ ସଭିଙ୍କର ସୁଖ

ଭିକ୍ଷୁକକୁ ଭିକ୍ଷା ଦେବା ତାର ଦୀକ୍ଷା

ସମ୍ମାନ ଜଣାଏ ଶିକ୍ଷା

ପରକୁ ନିଜର ବାନ୍ଧେ ତା କଥାର

ନାରୀର କପାଳ ରେଖା

ଶହସ୍ର ସଲାମ ଧରି ତୋର ନାମ

ଧନ୍ୟ ତୋର ନାରୀ ଜନ୍ମ

ବାଣ୍ଟୁଥା ଏମିତି ସ୍ନେହ ପ୍ରେମ ପ୍ରୀତି

ଜୟ ଜୟ ତୋର ଧର୍ମ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract