STORYMIRROR

Sarojini Behera tiki

Romance

3  

Sarojini Behera tiki

Romance

ବର୍ଷା ଗୋ ତୁମେ ଫେରିଲେ

ବର୍ଷା ଗୋ ତୁମେ ଫେରିଲେ

1 min
423

ବର୍ଷା ଗୋ ତୁମେ ଫେରିଲେ


ବର୍ଷା ଗୋ ତୁମେ ଫେରିଲେ ନାଚେ ମୋର

ମନ ଅତି ଆନନ୍ଦରେ

ତୁମ ସାଥି ହୋଇ ମଜ୍ଜି ଯିବା ପାଇଁ

ରହିଥାଏ ଅପେକ୍ଷା ରେ।।


ଥରି ଉଠେ ଦେହ ଅସହ୍ୟ ଏ କୋହ

ପ୍ରିୟା ସ୍ମୃତି ମାରେ ଜାଳି

କେଇ ବୁନ୍ଦା ଛିଟା ଲାଗନ୍ତା ଯେ ମିଠା

ଦେହେ,ପ୍ରେମ ପ୍ରୀତି ହେଲେ ବୋଳି।।


ଶୀତଳ ପବନ ଉଚ୍ଛନ୍ନ ଏ ମନ

ଆସୁଅଛୁ ଯେବେ ଧାଇଁ

ସାଥିରେ ତୋହର ପ୍ରିୟାକୁ ମୋହର

କାହିଁକି ଆଣୁନା ତୁହି।


ଆମେ ଦୁହେଁ ମିଶି ତୋର କୋଳେ ବସି

କରିଥାନ୍ତୁ କେତେ ଗପ

ପ୍ରଣୟ ବହ୍ନିକୁ ଲିଭାଇ ଦେବାକୁ

କରନ୍ତୁନି ଟିକେ କୋପ।।


ପ୍ରିୟତମା ମୋର କାହିଁ କେତେ ଦୂର

ସପନେ ଆସୁଛି ବେଗି

ସପନ ରାଇଜେ ବାହୁରେ ମୋ ମଜ୍ଜେ

ଲଜ୍ୟା ସୀମା ଯାଇ ଲଙ୍ଘି।।


ପ୍ରାତଃ କିରଣରେ ବୃଥା ଭାବନାରେ

ହୁଏ ମୁଁ ପ୍ରିୟାକୁ ଭାଳି

ଭୁଲିବାକୁ ଚାହେଁ ନିସ୍ୱ ହୋଇ ରହେ

କେଇ ଟୋପା ଲୁହ ଢାଳି।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance