STORYMIRROR

Sarojini Behera tiki

Inspirational Others

4  

Sarojini Behera tiki

Inspirational Others

ରଙ୍ଗଶାଳା

ରଙ୍ଗଶାଳା

1 min
291


ଅମା ଅନ୍ଧକାର ସାଥି ଯେ ମୋହର

ଆଲୋକକୁ କରେ ଘୃଣା

ମୋ ପାପର କଳା ତାର ଦେହେ ବୋଳା

ସଭିଁଙ୍କୁ ରୁହେ ଅଜଣା।


ଆସନ୍ତି ନାଗର ପାଖକୁ ମୋହର

ମେଣ୍ଟାନ୍ତି ଦେହର ଭୋକ

କେଇକ୍ଷଣେ ମନ ତୃପ୍ତି ଲଭେ ପ୍ରାଣ

ଲଭି ନବ ସାଥି ଭେକ।


ଆଧୁନିକ ଗୀତ ମଦେ ମନ ପ୍ରୀତ

ତାଳ ସହ ନୃତ୍ୟ ଭଙ୍ଗୀ

ଯୌବନା ତରୁଣୀ ସ୍ପର୍ଶ ଲଭି ପୁଣି

ସବୁ ସୀମା ଯାନ୍ତି ଲଙ୍ଘି।


ମହ ମହ ବାସେ ରଙ୍ଗଶାଳା ହସେ

ମିଳନ ପୀରତି ପାଇଁ

ତୃଷ୍ଣା ବାରି ଏଠି ହୁଅନ୍ତି ଏକାଠି

ନିଝୁମ,ରାତିର ଯେ ସାଥି ହୋଇ।


ଆହାକି ଆନନ୍ଦ ନଥାଏ ଯେ ଛନ୍ଦ

ନୂତନ ଉଷ୍ମତା ଶ୍ଵାସ

ନୂତନ ଏ ପ୍ରେମ ନାହିଁ ତାର ନାମ

ନା ଆରମ୍ଭ ଶେଷ।


ଦିବା ପାପ ସାଥ ରାତ୍ରୀରେ ପବିତ୍ର

ସଭ୍ୟ ସମାଜର ପାଇଁ

ସମ୍ଭ୍ରାନ୍ତ ବୁଲଇ ନିଜର ଆଡେଇ

ନିଶବ୍ଦେ ଆସନ୍ତି ଧାଇଁ।


ଶୋଇଲେ ସହର ହୁଏ ଉଜାଗର

ସଜାଇ ନିଜକୁ ନିଜେ

ପଥ ଚାହିଁ ବସେ କାମନାର ରସେ

କେବେ,ରସିକ କରିବେ ବିଜେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational