STORYMIRROR

Sarojini Behera tiki

Tragedy

4  

Sarojini Behera tiki

Tragedy

କାଚର ଆଇନା ତୁମେ

କାଚର ଆଇନା ତୁମେ

1 min
224


କାଚର ଆଇନା ବିଭେଦ ଜାଣେନା

କରେ ନାହିଁ କେବେ ପର

ଯେବେ ତା ଆଗରେ ଛିଡା ହୁଏ ଯିଏ

ତାହାର ସିଏ ନିଜର।


ଅନ୍ତର କଥାକୁ ପଢୁ କି ନପଢୁ

ଭାବକୁ ସେ ଧରିପାରେ

କେଇକ୍ଷଣ ପାଇଁ ସାଥି ହୋଇ ପୁଣି

ଅନ୍ୟକୁ ଜାବୁଡି ଧରେ।


ତୁମେ କେବେ ମୋର ମନ ବୁଝିଲନି

ସ୍ୱପ୍ନ କରିଦେଲ ଚୁନା

ଯିଏ ଆସୁ ତାକୁ ଆପଣାର କଲ

ତୁମେ ସେ କାଚ ଆଇନା।


ଛାତିରେ ଜାବୁଡି ସଭିଁଙ୍କୁ ଧରିଲ

ବୁଝିଲନି ହୃଦ କଥା

ହୃଦୟ ତୁମର ପଥର ଜାଣିଛି

ସଭିଁଙ୍କୁ ଦେଉଛ ବ୍ୟଥା।


ମୋ ଛବିକୁ ଦିନେ ଆଙ୍କିଥିଲ ତୁମେ

ବିଶାଳ ତୁମ ଛାତିରେ

ଘଡିକ ଘଡିକେ ରୂପ ବଦଳେଇ

ରଖିଲ ସତ ଆଗରେ।


ଲୁହ ଝରିବାକୁ ଆଖିରୁ ଆଜି ମୋ

ଲାଗେ ନିଜକୁ ଯେ ଲାଜ

ତୁମକୁ କହୁଛି ଶେଷ କଥା ଶୁଣ

ବିରହେ ହେଉଛି ସଜ।


ସହିବାର ସବୁ ଟପିଲାଣି ସୀମା

ପାରୁନାହିଁ ଆଉ ରୋକି

ବିଶ୍ୱାସ ତୁମକୁ କରିଥିଲି ଆଜି

ସେଥିରେ ଯାଇଛି ଠକି।


ମୋ ମୃତ୍ୟୁ ଖବର ଯଦି ପାଇଯିବ

ଆସିବନି କେବେ ଧାଇଁ

ଯଦି ଆସିଗଲ ଶବ କହି ଦେଇ

ଫେରିବ ବାଟ ଆଡେଇ।


କେତେ ବା ହିସାବ ରହିବ ମନରେ

କେଉଁ ସମ୍ପର୍କର ଡୋର

ଆବୋରି ଆଡେଇ ଆଗକୁ ବଢ଼ୁଛ

ତୁମର କିଏ ନିଜର?


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy