STORYMIRROR

Sarojini Behera tiki

Inspirational

3  

Sarojini Behera tiki

Inspirational

ଦୀପାବଳି

ଦୀପାବଳି

1 min
310

ହୃଦ  କନ୍ଦରରୁ  କଳୁଷ ବିନାଶୀ

ପାଳିବା ଆଲୋକ ପର୍ବ

ହିଂସା, ଅହଂ ଭେଦି ସ୍ନେହ ପ୍ରେମ ଛନ୍ଦି

ହୋଇବା ଏକତ୍ର ସର୍ବ।।


ସୁପ୍ତ ଥିବା ଧର୍ମ ଜାଗି ଉଠୁ ଆଜି

ଅଧର୍ମ ତାରିବା ପାଇଁ

ଦୀପାଳି ଅଲୋକେ ଆଲୋକିତ କରି

ଅନ୍ଧାର ଦେବା ଦୂରେଇ।।


ଜାତି ବର୍ଣ୍ଣ ଭେଦ ଭାବ ରଖିବାନି

ଭାରତ ମା ର ସନ୍ତାନ

ବିଦେଶୀ କୁ ତ୍ୟାଗ ସ୍ବଦେଶ ସଂଭୋଗ

ହୋଇ ଏକ ମନ ପ୍ରାଣ।।


ପୁଣି ଜନ୍ମ ନେଉ ଏ ଦେଶ ମାଟିରେ

ମର୍ଯ୍ୟାଦା ପୁରୁଷ ରାମ

କଳି ଦାନବକୁ ଲୁପ୍ତ କରିଦେଇ

ବିଚ୍ଛୁରି ଦିଅନ୍ତେ ପ୍ରେମ।।


ଭୋଗ ବିଳାସରେ ମାତି ନର ଜାତି

କର୍ତ୍ତବ୍ୟ କୁ ଭୁଲିଗଲେ

ଏସବୁ ଆଗରେ ଦୀପାଳି ପାଳନ

ବୃଥା ସମ ଲାଗେ ଭଲେ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational