STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Inspirational Others

3  

ପ୍ରିୟଦର୍ଶିନୀ ମହାନ୍ତି

Inspirational Others

ପ୍ରିୟର କଲମ

ପ୍ରିୟର କଲମ

1 min
319


ସଭିଙ୍କର ମୁଁହି ପ୍ରିୟର ଜିନିଷ

କଲମ ମୋହର ନାମ,

ପାଠୁଆ ପାଇଁ ଯେ କେତେ ମୂଲ୍ୟବାନ

ଲେଖିବା ମୋହର କାମ।


ପୁରୁଣା ଯୁଗରେ ଥିଲି ଯାହା ମୁହିଁ

ବଦଳିଛି କଳେବର,

ହେଲେ ବଦଳି ନି ମୋହର ଧରମ

ଲେଖୁଅଛି ନିରନ୍ତର।


ଦାର୍ଶନିକ ଠାରୁ ବୈଜ୍ଞାନିକ ଯାଏଁ

ସଭିଙ୍କର ଲୋଡ଼ା ମୁହିଁ,

ମୂଲ୍ୟବାନ ତଥ୍ୟ ଲିପିବଦ୍ଧ କରି

ଭବିଷ୍ୟ ପାଇଁ ରଖାଇ।


ଅଚଳ, ଅକାମି ହୋଇଯାଏ ଯଦି

ସ୍ୟାହି ଯାଏ ମୋର ସରି,

ସରିବା ପୂର୍ବରୁ ହେତୁ କରି ନିଶ୍ଚେ

ସ୍ୟାହି ଦେଉଥିବ ଭରି।


ଛୋଟ ପଛେ ହୁଏ କାମ ମୋ ଅନେକ

ମୋ ବିନୁ ଅଚଳ ଦେଶ,

ଉପଯୁକ୍ତ କାର୍ଯ୍ୟେ ନିୟୋଜିତ କଲେ

ମିଳିବ ନିଶ୍ଚେ ଆଶିଷ।


କେବେ ଲେଖିଦିଏ ବିଦ୍ରୋହର ଭାଷା

କେବେ ପ୍ରଣୟର ଚିଠି,

କେବେ ଲେଖିଦିଏ କବିର କବିତା

କାଗଜରେ ଢାଳି ପ୍ରିତୀ।


ଘର କି ବାହାର ଦୋକାନ ବଜାର

ହେଉ ସେ କୋର୍ଟ କଚେରୀ,

ସଭିଙ୍କର ଅତି ପ୍ରିୟର କଲମ

ରଖନ୍ତି ଯତନେ ଭାରି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational