Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Inspirational

3  

Jayashree Maharana

Inspirational

ସୁଯୋଗ୍ୟ କୁମର

ସୁଯୋଗ୍ୟ କୁମର

1 min
161


ଉତ୍କଳ ମାଆର ସୁଯୋଗ୍ୟ କୁମର

କାହିଁ ଚାଲିଗଲ ସରଗପୁରୀ

ତୁମ ବଳିଦାନ ସର୍ବଦା ଅକ୍ଷୁର୍ଣ୍ଣ

ଆମ୍ଭେ ହେଉଅଛୁ ଅଧୁନା ଝୁରି ।


ହେ ବୀର ଲକ୍ଷ୍ମଣ ତୁମ୍ଭ ପାଇଁ ଧନ୍ୟ

ହୋଇଥିଲା ମାଟିମାଆ

ଇଂରେଜ ଅଧିନ ମାଆର କଷଣ

ଥରାଇଲା ତୁମ ହିଆ ।

 

ତୁମ୍ଭେ ଦେଶଭକ୍ତି ଜନନୀର ମୁକ୍ତି

ଆଶା ଭରି ହୃଦୟରେ

ଭରିଦେଲ ଶକ୍ତି ଭୂଲି ମନୁ ଭୀତି

ଜନତାଙ୍କ ପରାଣରେ ।


ବିଦ୍ରୋହ ମଶାଲ ରାଜ୍ୟେ ଜାଲିଦେଲ

ସଂଗ୍ରାମକୁ ଦୃଢ଼ କରି

ଅସହଯୋଗର ଆନ୍ଦୋଳନ ସ୍ୱର

ବୁଣିଦେଲ ରଶ୍ମି ପରି ।


ନେତୃତ୍ବର ସୂତ୍ର ଭ୍ରାତୃତ୍ୱର ଚିତ୍ର

ଜନତାଙ୍କ ମୁଖ୍ୟ ବିତ୍ତ

ନଥିଲେ ବି ଅସ୍ତ୍ର ମୁକତିର ମନ୍ତ୍ର

ଉଚ୍ଚାରିଲେ ତୁଣ୍ଡେ ନିତ୍ୟ ।


ମାତିଲି ଥାନାକୁ ଘେରି କରିବାକୁ

ହୋଇଥିଲ ଅଗ୍ରସର

ରାମେୟା ମୃତ୍ୟୁକୁ ଲଦିଲେ ଦୋଷକୁ

ଜୟ ହେଲା ଛଳନାର ।


ଫାଶୀ ଦଣ୍ଡ ପାଇ ଦୁଃଖୀ ହେଲ ନାହିଁ

ହସି ହସି ପ୍ରାଣଦେଲ

ସାରା ପୃଥିବୀରେ ଯୋଗ୍ୟ ସୁତ ବୋଲି

ଅମରତ୍ୱ ଲଭିଗଲ ।


ହୃଦେ ପୂଜୁଥିବୁ ସଦା ଗାଉଥିବୁ

ତୁମ ବଳିଦାନ ଗୀତି

ମନେ ସ୍ମରୁଥିବୁ ମାନ ଦେଉଥିବୁ

ଭକତିରେ ମଥାପାତି ।



Rate this content
Log in

Similar oriya poem from Inspirational