STORYMIRROR

Meenakshi Padhy

Inspirational

3  

Meenakshi Padhy

Inspirational

ଗଛର ଆତ୍ମକଥା

ଗଛର ଆତ୍ମକଥା

1 min
377

ବୀଜରୁ ଗଜା, ଗଜାରୁ ଦେଲି ଦୁଇ ପତର ମେଲି

ଚାରାଟି ମୁହିଁ ହୋଇଲି ବଡ଼ କହିଲ ଗଛ ବୋଲି।

ପାଣି ଧାରାଏ ଢାଳିଲ ଯେବେ ଆଦରେ ମୂଳେ ନେଇ,

ମାଟିରୁ ନେଲି ଖାଇବା, ଗଲି ଆଲୁଅ ଦିଗେ ଧାଇଁ।

ସବୁଜ ଶାଖା, ପତର ଘେନି ବଢ଼ିଲା ମୋର କାୟା,

ଫୁଟିଲା ଫୁଲ ଛୁଟିଲା ବାସ ପରଷି ଦେଲି ଛାୟା।

ଖାଇ ମଧୁର ଫଳ ମୋଅର ହୋଇଲେ ସବୁ ଖୁସି,

ମୋ ତରୁ ଡ଼ାଳେ ବିହଗ କେତେ ଗାଇଲେ ଗୀତ ବସି

କାଟିଲ ତୁମେ ତନୁକୁ ମୋର ଆପଣା ସ୍ବାର୍ଥ ପାଇଁ,

ଦେଇ ଦେଇ ମୁ ହୋଇଲି ନିଃସ୍ବ ନିଜର କିଛି ନାହିଁ।

କାଟିବ ଯଦି ନଥିବି ମୁହିଁ ବରଷା ହେବ ନାହିଁ,

ଉତ୍ତପ୍ତ ହେବ ବାୟୁମଣ୍ଡଳ ବିଶ୍ଵ ତାପନ ପାଇଁ।

ପରିବେଶର ସୁରକ୍ଷା ଆଉ ଜଗତ ହିତ ପାଇଁ,

ଲଗାଅ ମୋତେ ଯତନ କରି ସାଥୀଟି ତୁମ ମୁହିଁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational