ଗଛର ଆତ୍ମକଥା
ଗଛର ଆତ୍ମକଥା
ବୀଜରୁ ଗଜା, ଗଜାରୁ ଦେଲି ଦୁଇ ପତର ମେଲି
ଚାରାଟି ମୁହିଁ ହୋଇଲି ବଡ଼ କହିଲ ଗଛ ବୋଲି।
ପାଣି ଧାରାଏ ଢାଳିଲ ଯେବେ ଆଦରେ ମୂଳେ ନେଇ,
ମାଟିରୁ ନେଲି ଖାଇବା, ଗଲି ଆଲୁଅ ଦିଗେ ଧାଇଁ।
ସବୁଜ ଶାଖା, ପତର ଘେନି ବଢ଼ିଲା ମୋର କାୟା,
ଫୁଟିଲା ଫୁଲ ଛୁଟିଲା ବାସ ପରଷି ଦେଲି ଛାୟା।
ଖାଇ ମଧୁର ଫଳ ମୋଅର ହୋଇଲେ ସବୁ ଖୁସି,
ମୋ ତରୁ ଡ଼ାଳେ ବିହଗ କେତେ ଗାଇଲେ ଗୀତ ବସି
କାଟିଲ ତୁମେ ତନୁକୁ ମୋର ଆପଣା ସ୍ବାର୍ଥ ପାଇଁ,
ଦେଇ ଦେଇ ମୁ ହୋଇଲି ନିଃସ୍ବ ନିଜର କିଛି ନାହିଁ।
କାଟିବ ଯଦି ନଥିବି ମୁହିଁ ବରଷା ହେବ ନାହିଁ,
ଉତ୍ତପ୍ତ ହେବ ବାୟୁମଣ୍ଡଳ ବିଶ୍ଵ ତାପନ ପାଇଁ।
ପରିବେଶର ସୁରକ୍ଷା ଆଉ ଜଗତ ହିତ ପାଇଁ,
ଲଗାଅ ମୋତେ ଯତନ କରି ସାଥୀଟି ତୁମ ମୁହିଁ।