ଈଶ୍ବର
ଈଶ୍ବର
1 min
356
ତୁମେ ଯେଉଁଠି ବି ଥାଅ,
ଥାଅ କି ନ ଥାଅ,
ସବୁଠି ଥାଅ କି କେଉଁଠି ବି ନୁହେଁ!
ମୁ ଜାଣେ....,
ପାଏ କି ନ ପାଏ,
ମୋ ବଢାଇବା ହାତ ଛୁଏଁ କି ନ ଛୁଏଁ,
ତୁମେ ଧରା ଦେଉ ଦେଉ ଲୁଚିଯାଅ,
ପୁଣି କେବେ ଛୁଇଁ ଦିଅ ମଥାକୁ ମୋ
ଅଭିମନ୍ତ୍ରିତ ଉଷ୍ମତାରେ..
ତୁମ ମୋହମଗ୍ନ ମହନୀୟତାରେ...
ମୁ କାହିଁକି ଯେ ଅଭିଭୂତା, ବଶୀଭୂତା,
ସ୍ତମିତା ସ୍ବୟଂ ମୋ ଭିତରେ...!
ତୁମେ ଇ ତ ତୁମେ...
ସ୍ପନ୍ଦନ, କମ୍ପନ, ନିବନ୍ଧନ ପ୍ରାଣବାୟୁର...!
ତୁମ ପ୍ରଳୟ ପ୍ରାବଲ୍ୟରେ...
ମୁ କ୍ଷୀଣ, ମୃତ୍ୟୁକାମୀ,
ତୁମ ନୀଳ ନୀଳ ଚାହାଣୀର....
ମୁ ନୀରିହ ହରିଣୀ
ତୁମେ ଦେଖ-ନଦେଖ,
ଦିଅ- ନଦିଅ,
ଅମିୟ ବା ହଳାହଳ...,
ମୋ ହସ୍ତ ପ୍ରସାରିତ,
ହେ ଈଶ୍ବର.... ହେ ଈଶ୍ବର...
