ସଂଘର୍ଷ
ସଂଘର୍ଷ
1 min
179
ଜିଗୀଷା କି ଜିଘାଂସା....
ଜୀବନ ସହ ଯନ୍ତ୍ରଣାର,
ମନ ସହ ବିବେକର!
ସଂଘର୍ଷ କଷୁଥାଏ,
ତା'ର କଷଟି ପଥରରେ
ବାରବାର, ପ୍ରତିଥର... ।
ଦ୍ବନ୍ଦ୍ୱ ଓ ମୀମାଂସାର ଅନିଶ୍ଚିତତାରେ
ମରିବାକୁ..... ବଂଚିବାକୁ
ପ୍ରେମ କି ପ୍ରତାରଣାରେ
ସଂଘର୍ଷର ଉନ୍ମୁକ୍ତ ବେଳାରେ
ଦୁଇ ଟୋପା ଅଶ୍ରୁଫୁଲ ସିଞ୍ଚିବାକୁ...!!
