ଦି ବୁନ୍ଦା ଲୁହ
ଦି ବୁନ୍ଦା ଲୁହ
ଲୁହ!
ବହୁଛି ତ ବହୁ
ଗଡି ଗଡ଼ି କେତେ ବାଟ ଯିବ ଯେ?
ସବୁ ତ ଓଠକୁ ନିଅଣ୍ଟ,
ପିଇ ଜାଣିଲେ ହେଲା ।
ହୃଦୟ ଚିପୁଡ଼ା ଲହୁ
ପାଣି ଫାଟିଗଲେ,
ଉତ୍ତାଳ ଲହରୀ ତୋଳେ
ଆଖି କୋଣେ,
ପାଲଟେ ସାଗର!
ଭିତରକୁ ଢୋକିବାର କୋହ,
ବାହାରକୁ ଠେଲିବାର ଲୁହ,
ସବୁ ଏକାକାର
କୋହ ଆଉ ଲୁହ,
ଜୀବନର ସତ୍ୟ
ଅକୁହା,ଅବ୍ୟକ୍ତ
ଅଶରୀରୀ ପାପ ଭଳି,
ଦି ବୁନ୍ଦା ଲୁହ!
