STORYMIRROR

Meenakshi Padhy

Tragedy

3  

Meenakshi Padhy

Tragedy

ଦି ବୁନ୍ଦା ଲୁହ

ଦି ବୁନ୍ଦା ଲୁହ

1 min
167

ଲୁହ!

ବହୁଛି ତ ବହୁ

ଗଡି ଗଡ଼ି କେତେ ବାଟ ଯିବ ଯେ?

ସବୁ ତ ଓଠକୁ ନିଅଣ୍ଟ,

ପିଇ ଜାଣିଲେ ହେଲା ।


ହୃଦୟ ଚିପୁଡ଼ା ଲହୁ

ପାଣି ଫାଟିଗଲେ,

ଉତ୍ତାଳ ଲହରୀ ତୋଳେ

ଆଖି କୋଣେ,

ପାଲଟେ ସାଗର!


ଭିତରକୁ ଢୋକିବାର କୋହ,

ବାହାରକୁ ଠେଲିବାର ଲୁହ,

ସବୁ ଏକାକାର

କୋହ ଆଉ ଲୁହ,

ଜୀବନର ସତ୍ୟ

ଅକୁହା,ଅବ୍ୟକ୍ତ

ଅଶରୀରୀ ପାପ ଭଳି,

ଦି ବୁନ୍ଦା ଲୁହ!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy