କଲମ
କଲମ
1 min
318
କଲମ କହେ ମନର କଥା ସଜାଏ ନିତି ଆଣି,
ରଚୁଥାଏ ସେ କାଗଜ ଦେହେ କେତେ ନୂଆ କାହାଣୀ ା
ଅନୁଭବର କଥା ସେ କହେ, କହେ ବ୍ୟଥା ମନର,
ଦେଖଇ ଆଖି ଯା' ନିତିଦିନ କେତେ ପାପ ପୂଣ୍ୟର ା
ସୁଖ ଦୁଃଖର ଭାବନା ତା'ର ହସ ଲୁହର ଚିଠି,
ହାରିଛି କେତେ ଜିତିଛି କେତେ ଜୀବନ ଯୁଦ୍ଧେ ନିତି ା
ଧରେନା ଅସି, ଶକତି ମସୀ କରାଏ ଥରହର,
ସୁଖାନୁଭୂତି, ସ୍ନେହ ସଂପତ୍ତି ଭାବ ରୋମାଂଚକର ା
ମନର ଯେତେ ରୁଦ୍ଧ ଆବେଗ ସରାଗେ ନେଇ ତୋଳି,
ନିର୍ଝର ସମ ଝରି ସେ ଯାଏ କାଗଜ ଦେହେ ଝଳି ା
ଅନ୍ତରତମ ବାନ୍ଧବୀ ଟି ଏ, 'କଲମ' ମାନିଅଛି,
ତା' ସାଥେ ଥିବି ସାତ ଜନମ ମୋ ସାଥେ ସିଏ ଅଛି ା
