STORYMIRROR

Meenakshi Padhy

Abstract

3  

Meenakshi Padhy

Abstract

ସ୍ତ୍ରୀ

ସ୍ତ୍ରୀ

1 min
159

ଗୁହାଳ ଖୁଣ୍ଟିରେ ବନ୍ଧା ସୁଧାରିଆ ଗାଈ,

ଭୋକଶୋଷ, ମଶା କିଛି କହିପାରେ ନାହିଁ...

ଆଷାଢ଼ ଆକାଶ ଧାର, ସ୍ତିରୀ, ନଈ, ନିଆଁ

ବେଳେବେଳେ ହୋଇଯାଏ ଭାରୀ ଅମାନିଆ...

ସୁଧାରିଆ ଗାଈ କିନ୍ତୁ ଗୁହାଳରେ ସୁଖୀ,

ଆଖି ଲୁହ କେହି ତା'ର ପାରେନାହିଁ ଦେଖି...

ଯେଉଁ ଦିଗେ ବାନ୍ଧିଥିବ ସେହିପରି ଥିବ,

ହଲ୍ ଚଲ୍ ହେବନାହିଁ 'ଉଫ୍' ନ କହିବ....

ଦିଏ ବେଶି ନିଏ କମ୍ ଆଖିରେ କୁହଇ,

ବଉଳା ସେ ଗୃହଲକ୍ଷ୍ମୀ ସର୍ବଂସହା ଗାଈ...!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract