STORYMIRROR

Trushna Das

Abstract Inspirational Others

4  

Trushna Das

Abstract Inspirational Others

ମିଛ ଓ ସତ

ମିଛ ଓ ସତ

1 min
188

             

ମିଛର ଦୁନିଆ ବା କେତେ ଦିନ 

    କିଆଁ ନେଇଛ ଆଶ୍ରା ମିଛର

ଦିନେ ନା ଦିନେ ଜିତ ହୁଏ ସତର

    ହାର ମାନେ ମିଛ।।


ମିଛର ଆଶ୍ରୟ ନେଇ ମିଳି ଯାଏ ବହୁ କିଛି 

    କିନ୍ତୁ ତାହା ଥାଏ କ୍ଷଣିକ ପାଇଁ

ଯେତେବେଳେ ସତ ପାଖରେ ମିଛ ଯାଏ ହାର ମାନି

    ପାଖରୁ ଯେ ଯାଏ ସବୁ କିଛି ଚାଳି।। 


ମିଛ ଦିଏ କ୍ଷଣିକ ପାଇଁ ଖୁସି 

ହେଲେ ପରବର୍ତ୍ତୀ ସମୟରେ ମଣିଷକୁ କରିଥାଏ ସାରା ଜୀବନ ପାଇଁ ଦୁଃଖୀ

ସତ ହୋଇପାରେ କ୍ଷଣିକ ପାଇଁ କଷ୍ଟଦାୟକ 

କିନ୍ତୁ ଏହାର ଫଳ ହୋଇ ଥାଏ ସବୁ ଦିନ ପାଇଁ ସୁଖଦାୟକ।।


ମିଛ ଓ ଛଳନାରେ ସମ୍ପର୍କ ବାନ୍ଧିଲେ 

    ତାହା କେବେ ତିଷ୍ଠି ନ ଥାଏ 

ସତ ଓ ପ୍ରେମରେ ସମ୍ପର୍କ ବାନ୍ଧିଲେ 

    ତାହା କେବେ ତୁଟି ନ ଥାଏ।। 


ମିଛ କହିବା ମହାପାପ

    ଶୀକାର ହୋଇବ ଈଶ୍ୱରଙ୍କ କ୍ରୋଧ 

ସତ କହିଲେ ଜଗନ୍ନାଥ 

    ମିଳଇ ଈଶ୍ୱରଙ୍କ ଆଶୀର୍ବାଦ।। 


ମିଛ କହିଲେ ସମସ୍ତଙ୍କ ପାଖରେ ହୋଇବ ନୀଚ

    ସମସ୍ତେ କରିବେ ଅବିଶ୍ୱାସ 

ସତ କହିଲେ ସମସ୍ତେ କରିବେ ବିଶ୍ୱାସ 

    ହୋଇବ ନିଜ କାମରେ ସଫଳ।। 


ମିଛରେ ଭବିଷ୍ୟତ ହୋଇ ଥାଏ ଅନ୍ଧକାରମୟ

    ସତ ଭବିଷ୍ୟତକୁ କରିଥାଏ ଉଜ୍ଜଳ

ମିଛରେ ରହିଲେ ନର୍କ ପ୍ରାପ୍ତ

    ସତରେ ରହିଲେ ହୋଇବ ସ୍ୱର୍ଗ ପ୍ରାପ୍ତ।। 


ହେ ଆଜିର ମାନବଗଣ

    କିଆଁ ଆଶ୍ରୟ ନେଇଛ ମିଛର

ସତର ନିଅ ଆଶ୍ରୟ

    ହୋଇବ ବିଶ୍ୱାସପାତ୍ର ସମସ୍ତଙ୍କର ସବୁ ଦିନର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract