STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ରାତିର ଗାଢ଼ତାରେ

ରାତିର ଗାଢ଼ତାରେ

1 min
179


ରାତି ଗାଢ଼ ହେଉଥିଲା

ନିସଙ୍ଗତା ମାଡି ମାଡି ପଡୁଥିଲା

ନିଦ୍ରାର ଆବେଶରେ ଶୋଇ ଯାଇଥିଲେ

କେତେଜଣ କ୍ଳାନ୍ତ ସମ୍ପର୍କ ଅଚିନ୍ତାରେ

ଓ ମୁଁ ସେଇ ଅନ୍ଧାରର ସନ୍ଧିରେ ସଢ଼ୁଥିଲି। 


ନିଦ କଟି କରି ଦେଇଥିଲା

ଆଖି କାହା ଉପରେ ରାଗିବ ଭାବି ପାରୁନଥିଲା

କେହିଜଣେ ଶୀତରେ ଥରୁଥିଲା ବୋଧେ

ମୁଁ କିନ୍ତୁ ବତୁରୁ ଥିଲି ଏକ ଝାଲୁଆ ଜରାସ୍ନାନରେ।


କିଛି କଣ୍ଟକିତ ଶବ୍ଦ ଫୋଡ଼ି ଦେଉଥିଲେ

କିଛି ନିଶ୍ବାସ ଦୀର୍ଘ ହୋଇ ଯାଉଥିଲେ

କିଛି ପଶ୍ଚାତାପ ଜାଳି ଦେଉଥିଲେ

ବିଖଣ୍ଡିତ ହୃଦୟ ଭିତରୁ

କିଛି ଅଂଶ ପ୍ରାୟଶ୍ଚିତର ପଥ ଖୋଜୁଥିଲା

ଆଉ କିଛି ବିଦ୍ରୋହ କରୁଥିଲା।


ମୁଁ କିନ୍ତୁ ନିରବରେ ମାପୁଥିଲି

ଗୋଟେ ଅଭିଜ୍ଞ ଦାର୍ଶନିକ ପରି

କିଛି ଗାଢତା, ଗଭୀରତା ଓ ସାନ୍ଧ୍ରତା

ଓ ଆଖି ଯେମିତି ଖୋଜୁଥିଲା ବୋଧହୁଏ

ଏକ ଆବେଗଭରା ସ୍ପର୍ଶଟେ।


ହଠାତ ଆଖି ଖୋଲିଗଲା 

ସୂର୍ଯ୍ୟର ଏକ ତୀର୍ଯ୍ୟକ ଉଷ୍ଣ କିରଣରେ

ଓ ବିଳମ୍ବିତ ପ୍ରଭାତରେ 

ସବୁକିଛି ସ୍ୱାଭାବିକ ଥିଲା କାଲି ପରିକା।  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract