Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarojini Mishra

Abstract

4  

Sarojini Mishra

Abstract

ସ୍ନେହ ମମତାର ଅଲିଭା ସାକ୍ଷୀ

ସ୍ନେହ ମମତାର ଅଲିଭା ସାକ୍ଷୀ

1 min
403



ସମ୍ପର୍କ ସ୍ରୋତରେ ଜୀବନ ଭାସୁଛି

ସମ୍ବୋଧନ ସୂତ୍ର ଧରି

ଭାଇ ଭଉଣୀର ସମ୍ପର୍କ ନିଆରା

କିଏ ହେବ ତାହା ସରି ।


କିମ୍ବଦନ୍ତୀ ଠାରୁ ପୁରାଣ ପୃଷ୍ଠା ଯେ

ଭାଇ ଭଗ୍ନୀ ପ୍ରେମ କହେ

ଅପୂର୍ବ ଭାବର ପବିତ୍ର ଛନ୍ଦର

ମାଧୁରିମା ଖେଳିଯାଏ ।


ଶ୍ରାବଣ ପୂର୍ଣ୍ଣିମା ବଳଦେବ ଜନ୍ମ

ଗୋ ମାତାଙ୍କ ପୂଜାର୍ଚ୍ଚନା

ଆମ ସଂସ୍କୃତିର ନିବିଡ ଗାଥା ଯେ

ଦେଉ ଥାଏ ଯେ ପ୍ରେରଣା ।


ଆମ ସଂସ୍କୃତିର ମୁଖ୍ୟ ଧାରା ପରା

ଶ୍ରୀ ଜଗନ୍ନାଥ ସଂସ୍କୃତି

ଶ୍ରୀ ମନ୍ଦିରେ ଗେହ୍ଲି ସୁଭଦ୍ରା ଯେ

ଜଗା ବଳିଆ ଭଉଣୀ ।


ଶ୍ରାବଣ ପୂର୍ଣ୍ଣିମା ଭାଇ ଭଉଣୀ ର

ଅମୃତ ପ୍ରେମ ବାହକ

ଏହି ପୂର୍ଣ୍ଣିମା ରେ ରାକ୍ଷୀ ରେ ମଣ୍ଡିତ

ଜଗା ବଳିଆ ଙ୍କ ହାତ ।


ଭାଇ ପାଇଁ ରାକ୍ଷୀ ନୁହେଁ ଡୋରଟିଏ

ଅତୁଟ ମହାର୍ଘ ଡୋର

ସ୍ନେହ ମମତା ଅଲିଭା ସ୍ଵାକ୍ଷର

ଚିରନ୍ତନ ତାର ସ୍ଵର ।


ସାନ ଭଉଣୀ ଭଉଣୀର ବଡ଼ ଭାଇ ପରା

କର୍ମ ପ୍ରେରଣାର ଧାରା

ବଡ଼ ଭଉଣୀ ର ଜୀବନ ଆଧାର

ଅଟେ ସୁଖର ପସରା ।


ବରଷକେ ଥରେ ରାକ୍ଷୀ ଆସିଥାଏ

ଅଲିଭା ସାକ୍ଷୀଟେ ହୋଇ

ସ୍ନେହ ମମତା ର ସ୍ଵର ଝଙ୍କାରକୁ

ଦୁନିଆରେ ବାଣ୍ଟୁ ଥାଇ ।


ଭାଇର ହାତର ରେଶମୀ ରାକ୍ଷୀଟି

ଭଉଣୀ ପ୍ରେମରେ ଭରା

ଅକୁହା ଅଦେଖା ଶୁଭ ବାରତାରେ

ରେଶମୀ ରାକ୍ଷୀଟି ପୁରା ।


ରାକ୍ଷୀ ଆସୁଅଛି ଭାଇର ହାତରେ

ଅଲିଭା ସାକ୍ଷୀ ଟେ ହୋଇ

ସ୍ମୃତିରେ ଫୁଲରେ ରାକ୍ଷୀ ସାଜି ଅଛି

ପ୍ରୀତିର ବାରତା ଦେଇ ।


ଭାଇ ହାତର ସେ ରେଶମୀ ରାକ୍ଷୀ ରେ

ସୋହାଗ ସମ୍ମାନ ଭରା

ଦୁହେଁ ଦୁହିଁଙ୍କର ମନ ଦରପଣେ

ଦୁହିଁଙ୍କୁ ବୁଝନ୍ତି ପରା ।


ଇଶ୍ଵର ଦତ୍ତ ଏ ସଂପର୍କ ସେତୁ ରେ

ରାକ୍ଷୀ ଟି ଯେ ବାନ୍ଧି ହେଲେ

ସ୍ନେହ ମମତା ର ଅଲିଭା ସାକ୍ଷୀ ଟେ

ହୋଇ ସଦା ରହିଯାଏ।


Rate this content
Log in

Similar oriya poem from Abstract