STORYMIRROR

Kalyani Nanda

Abstract

4  

Kalyani Nanda

Abstract

ଚନ୍ଦ୍ରମା ଓ ଚନ୍ଦ୍ରଯାନ

ଚନ୍ଦ୍ରମା ଓ ଚନ୍ଦ୍ରଯାନ

1 min
70


   

  ଜହ୍ନ ଗୋ,

     ଆଜି ବି ତୁମ ଜୋଛନା ର ପ୍ରେମରେ,

     କଁଇ ମନ ପାଗଳ ତୁମରି ପ୍ରେମରେ,

     ଶିତଳ,ତୋଫା ଚାନ୍ଦିନୀ ପରଶ ରେ,

     କବିର ଲେଖନୀ ଯେ କବିତା ଲେଖେ।।

 ଜହ୍ନ ଗୋ,

     ବିଜ୍ଞାନ କହେ ତୁମେ ଯେ ଉପଗ୍ରହ,

     ଆଦି କାଳରୁ ତୁମେ ଦେବତା ସ୍ବରୂପ,

     ଆଜି ବି ତୁମେ ଦେବ ସମ ସଦା ପୂଜିତ,

     ତଥାପି ମଣିଷ ମନରେ ଅନେକ ପ୍ରଶ୍ନ।

 ଜହ୍ନ ଗୋ,

     ରୂପ ତୁମର ଯେ କି ସୁନ୍ଦର,ଅନୁପମ,

     ସେ ଅପୂର୍ବ ରୂପ ମାଧୁରୀ କରେ ପାଗଳ,

     ପ୍ରେମର ତୁମେ ପରା ଅଟ ଯେ ପ୍ରତିରୂପ,

     ଜିଜ୍ଞାସୁ ମାନବ ଖୋଜେ ଆଜି ତା ଉତ୍ତର।।

 ଜହ୍ନ ଗୋ,

     ଚନ୍ଦ୍ରଯାନେ ମଣିଷ ଯାଏ ତୁମ ଭୂବନ,

     ତୁମ ପାଶେ ପାଇଛି ମାନବ ତା ଉତ୍ତର,

     ତୁମେ ଯେ ପୃଥିବୀ ଆଲୋକେ ଆଲୋକିତ,

     ତୁମ ଉଜ୍ଜ୍ବଳ ଚାନ୍ଦିନୀ ତାକୁ କରେ ପାଗଳ।।

 ଜହ୍ନ ଗୋ,

     ତୁମେ ଏକ, ହେଲେ ନାମ ତୁମ ଅନେକ,

     ତୁମେ ଚନ୍ଦ୍ରମା,ଶଶୀ,ଶଶାଙ୍କ,ପୁଣି ଜହ୍ନ,

     ଚନ୍ଦ୍ରମା ପୃଷ୍ଠ ରେ ମାନବ କରେ ସନ୍ଧାନ,

     ଖୋଜୁଛି ତା ଜିଜ୍ଞାସୁ ମନର ପ୍ରଶ୍ନ ଉତ୍ତର।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract